ETV Bharat / sitara

10ଟି ନିର୍ଦ୍ଦେଶାବଳୀରେ ଆସନ୍ତା 15ରେ ଖୋଲିବ ସିନେମାହଲ - ଅକ୍ଟୋର 15ରେ ଭାରତରେ ଖୋଲିବ ସିନେମାହଲ

ସିନେମାହଲ ଖୋଲିବାକୁ ନେଇ ଉତ୍ସାହିତ ଦର୍ଶକ । ଜାରି ହେଲା ଆବଶ୍ୟକ ନିର୍ଦ୍ଦେଶାବଳୀ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 6, 2020, 4:44 PM IST

ମୁମ୍ବାଇ: ଅକ୍ଟୋବର 15ରୁ ସରକାର ଅନଲକ୍-5ରେ ସିନେମାହଲ ଖୋଲିବାକୁ ଘୋଷଣା କରି ସିନେମା ପ୍ରେମୀଙ୍କ ପାଇଁ ଏକ ବଡ ଖୁସି ଖବର ଶୁଣାଇଛନ୍ତି । ବର୍ତ୍ତମାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସିନେମାହଲ ଖୋଲିବା ଏବଂ ଦର୍ଶକଙ୍କ ପାଇଁ ସିନେମାହଲରେ ଫିଲ୍ମ ଦେଖିବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ସମସ୍ତଙ୍କ ପାଇଁ ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି।

ତେବେ ଆସନ୍ତୁ ନଜର ପକାଇବା ଏହି ନିର୍ଦ୍ଦେଶାବଳୀ ଉପରେ...

1. 50 ପ୍ରତିଶତ ଦର୍ଶକଙ୍କ ସହିତ ମଲ୍ଟିପ୍ଲେକ୍ସ ଖୋଲାଯିବ ।

2. ସମସ୍ତ ଦର୍ଶକଙ୍କ ପାଇଁ ମାସ୍କ ବ୍ୟବହାର କରିବା ଆବଶ୍ୟକ ।

3. ଦର୍ଶକଙ୍କୁ ଗୋଟିଏ ସିଟ୍ ଛାଡି ବସିବାକୁ ପଡିବ ।

4. ସିଫ୍ଟ ଏବଂ ସ୍ଲଟ୍ ଘୋଷଣା କରାଯିବ ।

5. ଅନଲାଇନ ଟିକେଟ ବୁକିଂ କରାଯିବ ।

6. କୋରୋନା ବିଷୟରେ ସଚେତନତା ବାର୍ତ୍ତା ଦେବା ପାଇଁ 1 ମିନିଟର ସଟ୍ ଫିଲ୍ମ ଶୋ ପୂର୍ବରୁ କିମ୍ବା ଅନ୍ତରାଳ ପରେ ପ୍ରସାରଣ କରାଯିବା ଆବଶ୍ୟକ।

7. ଗୋଟିଏ ଫିଲ୍ମ ଶେଷ ହେବା ପରେ ସିନେମାହଲକୁ ପୁଣିଥରେ ସାନିଟାଇଜିଂ କରାଯିବ ।

8. କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ।

9. ପ୍ୟାକ ହୋଇଥିବା ଖାଦ୍ୟ ସିନେମାହଲରେ ମିଳିବ ।

10. ସିନେମାହଲର ତାପମାତ୍ରା ସନ୍ତୁଳିତ ରଖାଯିବ।

ପ୍ରକାଶ ଥାଉକି ଲକଡାଉନ ପାଇଁ ଗତ 5 ମାସ ଧରି ସିନେମାହଲ ଓ ମଲ୍ଟିପ୍ଲେକ୍ସ ସବୁ ବନ୍ଦ କରିଦିଆଯାଇଥିଲେ । ଏମିତି ପରିସ୍ଥିତରେ ଫିଲ୍ମ ନିର୍ମାତାଙ୍କୁ ଅନେକ କ୍ଷତି ସହିବାକୁ ପଡିଛି । ସେପଟେ ସିନେମାହଲ ବନ୍ଦ ଥିବାରୁ ଅନେକ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.