ମୁମ୍ବାଇ: ଯେବେଠୁ ଦେଶରେ ଲକଡାଉନ ନିୟମ ଲାଗୁଛି, ସେହି ସମୟରୁ ଜନସାଧାରଣ ନିଜ ନିଜ ଘରେ ସମୟ ବିତାଉଛନ୍ତି । ନିଜ ସୋସାଇଟିରୁ ନା ବାହାରକୁ ଯାଉଛନ୍ତି ନା କାହାକୁ ଭିତରୁ ଆଣୁଛନ୍ତି । ଏଥିରୁ ବାଦ ପଡିନାହାଁନ୍ତି ସେଲିବ୍ରିଟି । ଏମିତି ପରିସ୍ଥିତିରେ ନିଜ ଘରେ ପାର୍ଟିର ଆୟୋଜନ କରି ବିବାଦରେ ଫେମସ ଅଭିନେତ୍ରୀ ଅନିତା ରାଜ୍ । ସେ ସୋମବାର ନିଜ ଘରକୁ କିଛି ଲୋକଙ୍କୁ ଡାକି ପାର୍ଟି କରିଥିଲେ । ଯାହା ତାଙ୍କ ପଡୋଶୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହାପରେ ଆଉ କଣ ଥିଲା ତାଙ୍କ ବିରୋଧରେ ପଡୋଶୀ ସଙ୍ଗେ ସଙ୍ଗେ ପୋଲିସରେ ଅଭିଯୋଗ କରିଦେଇଥିଲେ।
ସେପଟେ ଏହାକୁ ଖଣ୍ଡନ କରି ଅନିତା କହିଛନ୍ତି ଯେ ସେ ଘରେ କୌଣସି ପାର୍ଟିର ଆୟୋଜନ କରିନଥିଲେ । କିଛି ଲୋକ ମେଡିକାଲ ଏମରଜେନ୍ସି ନେଇ ତାଙ୍କ ସ୍ବାମୀ ସୁନୀଲ ହିଙ୍କୋରାନୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ।
ପଡୋଶୀଙ୍କ ଅଭିଯୋଗରେ ଅନିତାଙ୍କ ସୋସାଇଟିକୁ ପୋଲିସ ଆସି ଯାଞ୍ଚ କରିଥିଲା । ଯାହାପରେ ମାମଲା ଆହୁରି ବିଗିଡି ଯାଇଥିଲା। କାରାଣ ଯାଞ୍ଚ ପରେ ଜଣାପଡିଥିଲା ଯେ ତାଙ୍କ ସ୍ବାମୀ ଡାକ୍ତର ହେଉଥିବାରୁ ତାଙ୍କ ସାହାଯ୍ୟ ଲୋଡିଥିଲେ ଜଣେ ଦମ୍ପତି। ଯାହାପରେ ପୋଲିସ କ୍ଷମା ମାଗି ସେଠାରୁ ଚାଲିଯାଇଥିଲା।