ନୂଆଦିଲ୍ଲୀ: ଶନିବାର ଗୁରୁଦ୍ବାରରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଲୋକପ୍ରିୟ ଗାୟିକା ନେହା କକ୍କର । ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂଙ୍କୁ ସାତ ଜନମର ସାଥି କଲେ ନେହା ।
ଯାହା ପର ଠାରୁ ଉଭୟଙ୍କ ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଭାଇରାଲ ହେବା ଆରମ୍ଭ କରିଛି ।
- " class="align-text-top noRightClick twitterSection" data="
">
ବିବାହରେ ନେହା ପିଚ୍ ଲେହେଙ୍ଗା ପିନ୍ଧିଥିବାବେଳେ ରୋହନପ୍ରୀତ ମଧ୍ୟ ମେଳ ଖାଉଥିବା ପିଚ୍ ରଙ୍ଗର କୁର୍ତ୍ତା ଏବଂ ପଗଡି ପିନ୍ଧିଥିବାର ନଜର ଆସିଥିଲେ ।
ନେହାଙ୍କ ଭାଇ ଗାୟକ ଟୋନି କକ୍କର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି କ୍ଲିପ୍ରେ, ବିବାହରେ ଆସିଥିବା ଅତିଥିମାନେ ଢୋଲ ବିଟସ୍ ରେ ନାଚୁଥିବାର ନଜର ଆସିଛନ୍ତି ।
ନେହା ଓ ରୋହନଙ୍କ ୱେଡିଂ ଭିଡିଓ ଦେଖି ବର୍ତ୍ତମାନ ତାଙ୍କ ନୂଆ ଜୀବନ ପାଇଁ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।
ଶୁକ୍ରବାର ରାତିରେ ନେହା ଏବଂ ରୋହନପ୍ରୀତଙ୍କ ପରିବାର ଏକ ମେହେନ୍ଦୀ ସମାରୋହ ଆୟୋଜନ କରିଥିଲେ । ହେଲେ ପୂର୍ବରୁ ଦୁଇଜଣଙ୍କ ହଳଦୀ ଓ ମେହେନ୍ଦୀ ସେରିମନିର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ପ୍ରକାଶ ଥାଉ ଯେ, ନିକଟରେ ନେହା ଏବଂ ରୋହନପ୍ରୀତ ସେମାନଙ୍କର ମ୍ୟୁଜିକ୍ ଭିଡିଓ 'ନେହୁ ଦା ବ୍ୟାହ' ରିଲିଜ୍ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ