ମୁମ୍ବାଇ: ବଲିଉଡର ବୋଲ୍ଡ ଏବଂ ବିବାଦୀୟ ଅଭିନେତ୍ରୀ ନେହା ଧୂପିୟା ଆଜି ନିଜର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଗତ ବର୍ଷ ସେ ଆଜିର ଦିନରେ ଅଭିନେତା ଅଙ୍ଗଦ ବେଦୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣ ଲୁଚିଛପି ବିବାହ କରିଥିଲେ । ଅନ୍ୟପଟେ ଯେତେବେଳେ ତାଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା ତେବେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।
- " class="align-text-top noRightClick twitterSection" data="
">
ବିବାହର କିଛି ସମୟ ପରେ ନେହା ଗର୍ଭବତୀ ଅଛନ୍ତି ବୋଲି ଘୋଷଣା କରିଥିଲେ । ଏହାସହ ଅନେକ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା କି ସେ ବିବାହ ପୂର୍ବରୁ ହିଁ ଗର୍ଭବତୀ ଅଛନ୍ତି । ତେଣୁ ଦୁଇଜଣ ଲୁଚିଛପି ବିବାହ କରିଛନ୍ତି ।
ପ୍ରକାଶ ଥାଉକି ନେହା ଓ ଅଙ୍ଗଦଙ୍କ ଲଭ ଷ୍ଟୋରୀ ଖୁବ୍ ମଜାଦାୟକ ଥିଲା । ଏକ ସାକ୍ଷାତକାରରେ ଅଙ୍ଗଦ ନିଜ ପ୍ରେମ କାହାଣୀ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେ କହିଥିଲେ କି ଯେତେବେଳେ ସେ ଦିଲ୍ଲୀରେ ଅଣ୍ଡର 19 କ୍ରିକେଟ ଖେଳୁଥିଲେ ସେହି ସମୟରେ ସେ ଜିମରେ ନେହାଙ୍କୁ ପ୍ରଥମଥର ଦେଖିଥିଲେ । ନେହା ଛୋଟ ସ୍କର୍ଟ ପିନ୍ଧିଥିଲେ । ଜିମରେ ନେହାଙ୍କ ରନିଂ ଟେକ୍ନିକ ଦେଖି ଖୁବ୍ ଇମ୍ପ୍ରେସ ହୋଇଯାଇଥିଲେ । ସବୁଠାରୁ ମଜା କଥା ହେଲା କି ସେ ନେହାଙ୍କ ନାମ ଜାଣିନଥିଲେ ତଥାପି ପ୍ରଥମ ନଜରର ପ୍ରେମ ତାଙ୍କୁ ହୋଇଯାଇଥିଲା ।
ଅନେକ ବର୍ଷ ପରେ ଦୁଇଜଣଙ୍କ ସାକ୍ଷାତ ମୁମ୍ବାଇରେ ହୋଇଥିଲା । ଏହାପରେ ଦୁଇଜଣଙ୍କ ବନ୍ଧୁତା ଧିରେ ଧିରେ ବଢିଥିଲା । ପରେ ଦୁଇଜଣଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ବୋଲି କହିଛନ୍ତି ଅଙ୍ଗଦ ।