ETV Bharat / sitara

‘ଷାଣ୍ଢ କି ଆଂଖ’କୁ ନେଇ ଚର୍ଚ୍ଚାରେ ନୀନାଙ୍କ ବୟାନ - ତୁଷାର ହୀରାନନ୍ଦାନୀ

ଅକ୍ଟୋବର 25ରେ ଫିଲ୍ମ ‘ଷାଣ୍ଢ କି ଆଂଖ’ ରିଲିଜ ହେବ । ଇତିମଧ୍ୟରେ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାର ସମର୍ଥନ କରିଛନ୍ତି ରାଷ୍ଟ୍ରିୟ ପୁରସ୍କାର ବିଜେତା ନୀନା ଗୁପ୍ତା ।

ଡିଜାଇନ ଫଟୋ
author img

By

Published : Sep 24, 2019, 10:31 PM IST

ମୁମ୍ବାଇ: ‘ଷାଣ୍ଢ କି ଆଂଖ’ର ଦମଦାର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ଫିଲ୍ମଟି ଦୀପାବଳିରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ତାପସୀ ପନ୍ନୁ ଓ ଭୂମି ପେଦନେକର ମୁଖ୍ୟ ଭୂମିକାରେ ଅଛନ୍ତି । ଦୁଇ ଅଭିନେତ୍ରୀ 60 ବର୍ଷିୟ ସୁଟର ଦାଦିଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ତୁଷାର ହୀରାନନ୍ଦାନୀ ।

ଯେଉଁଠାରେ ଟ୍ରେଲରକୁ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ମିଳିଛି । ସେହିଠାରେ ଫିଲ୍ମ ଷ୍ଟାରକାଷ୍ଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଥାଟି ହେଲା କି କିଛି ୟୁଜର୍ସ କହିଛନ୍ତି 60 ବର୍ଷିୟ ମହିଳାଙ୍କ ରୋଲରେ ଭୂମି ଓ ତାପସୀ ଫିଟ୍ ଦେଖାଯାଉନାହାଁନ୍ତି ।

ସବୁଠାରୁ ମୁଖ୍ୟ କଥା ହେଲା କି ଯୁଜର୍ସଙ୍କ ଏହି କଥାକୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା । ସେ ମଧ୍ୟ ଜଣେ ୟୁଜରଙ୍କ କମେଣ୍ଟରେ ରିପ୍ଲାଇ ଦେଇ ଲେଖିଛନ୍ତି, ‘ଠିକ୍ କଥା ମୁଁ ମଧ୍ୟ ଏହି ବିଷୟରେ ଭାବୁଥିଲେ । ଆମ ବୟସର ରୋଲ ଆମ ଦ୍ବାରା କରାଇବା କଥା ଭାଇ।’ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକାଶ ଥାଉକି ‘ଷାଣ୍ଢ କି ଆଂଖ’ର କାହାଣୀ ଉତ୍ତର ପ୍ରଦେଶର ଜୋହରୀ ଗାଁର ଦୁଇ ବୃଦ୍ଧା ସୁଟର ଚାନ୍ଦ୍ରୋ ତୋମର ଓ ପ୍ରକାଶ ତୋମରଙ୍କ ଜୀବନକୁ ନେଇ ଆଧାରିତ । ଯିଏ 50 ବର୍ଷ ପରେ ସାର୍ପ ସୁଟିଂ ଆରମ୍ଭ କରିଥିଲେ । ଆଉ ଦେଶ ବିଦେଶରେ ଭାରତର ନାଁକୁ ଗର୍ବିତ କରିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.