ETV Bharat / sitara

ଡ୍ରଗ୍ସ ମାମଲା: ଟିଭି ଅଭିନେତ୍ରୀ ପ୍ରୀତିକାଙ୍କୁ ଗିରଫ କଲା ଏନସିବି - ncb raid in andheri

ଡ୍ରଗ୍ସ ମାମଲାରେ ମୁମ୍ବାଇର ବର୍ସୋଭାରେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଏବଂ ଡ୍ରଗ୍ସ ଚୋରା ଚାଲାଣକାରୀ ଫେସଲଙ୍କୁ ଗିରଫ କରିଛି ଏନସିବି । ଅଧିକ ପଢନ୍ତୁ...

NCB nabs CID actor Preetika, peddler for possessing marijuana
ଡ୍ରଗ୍ସ ମାମଲା : ଟେଲିଭିଜନ ଅଭିନେତ୍ରୀ ପ୍ରୀତିକାଙ୍କୁ ଗିରଫ କଲା ଏନସିବି
author img

By

Published : Oct 25, 2020, 10:28 PM IST

ମୁମ୍ବାଇ: ଏନସିବି ଡ୍ରଗ୍ସ ମାମଲାରେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଗିରଫ କରିଛି । ପ୍ରିତିକାଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀ ଫେସଲଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ, ସୂଚନା ପାଇବା ପରେ ଶନିବାର ବିଳମ୍ବିତ ରାତିରେ ଏନସିବି ମୁମ୍ବାଇ ଜୋନଲ ୟୁନିଟ୍ ଅଧିକାରୀମାନେ ବର୍ସୋଭା ଠାରେ ଏହି ଯୋଡିଙ୍କୁ ଗିରଫ କରିଥିଲା । ଉଭୟଙ୍କ ଠାରୁ 99 ଗ୍ରାମ ଗଞ୍ଜା ଜବତ କରାଯାଇଛି ।

ଏନସିବି କହିଛି ଯେ, ଉଭୟ ବର୍ସୋଭାରେ ରହୁଥିବା ଜଣେ ବ୍ୟକ୍ତି ଦୀପକ ରାଠୋରଙ୍କ ଠାରୁ ଗଞ୍ଜେଇ ସୋର୍ସିଂ କରୁଥିବାର କଥାକୁ ମାନିଛନ୍ତି ।

ଏନସିବି ଅଭିଯୁକ୍ତଙ୍କୁ ରବିବାର ରିମାଣ୍ଡରେ ନେବାକୁ କୋର୍ଟରେ ହାଜର କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ।

ହିମାଚଳ ପ୍ରଦେଶର 30 ବର୍ଷୀୟ ପ୍ରୀତିକା ଚୌହାନ ଗତ ପାଞ୍ଚ ବର୍ଷ ମଧ୍ୟରେ ସିଆଇଡି, ସାବଧାନ ଇଣ୍ତିଆ ଏବଂ ହନୁମାନ ପରି ଅନେକ ଟିଭି ସିରିଏଲରେ କାମ କରିଛନ୍ତି ।

ଏହାପୂର୍ବରୁ ଏନସିବି ଅଧିକାରୀମାନେ ଶନିବାର ରାତିରେ ମୁମ୍ବାଇର ମସଜିଦ ବନ୍ଦର ଷ୍ଟେସନ ନିକଟରେ ଚାରି ଗ୍ରାମ କୋକିନ ସହ ଜଣଙ୍କୁ ଗିରଫ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.