ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଅର୍ଜୁନଙ୍କୁ ମିଳିଲାନି କ୍ଲିନ ଚିଟ୍

author img

By

Published : Dec 22, 2020, 7:58 AM IST

ତିନି ତିନି ଥର ଡ୍ରଗ୍ସ ମାମଲାରେ ଅର୍ଜୁନଙ୍କୁ ପଚରାଉଚରା କରିସାରିଲାଣି ଏନସିବି । ହେଲେ ଏଯାବତ ତାଙ୍କୁ ମିଳିନାହିଁ କ୍ଲିନ ଚିଟ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

ମୁମ୍ବାଇ: ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଭିନେତା ଅର୍ଜୁନ ରାମପାଲଙ୍କୁ ପୁଣିଥରେ ବଲିଉଡ ଡ୍ରଗ୍ସ କାରବାରରେ ପଚରାଉଚରା କରିଥିଲା । ଏହାପୂର୍ବରୁ ମଧ୍ୟ ଏନସିବିର ମୁମ୍ବାଇ ଅଫିସରେ ଦୁଇଥର ଜେରା ହୋଇସାରିଛନ୍ତି ଅର୍ଜୁନ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏମସିବି ଏଯାବତ ଅର୍ଜୁନଙ୍କୁ କ୍ଲିନ ଚିଟ୍ ଦେଇନାହିଁ । ଏହା ସୂଚନା ଦେଇଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ।

ସେ ସାକ୍ଷାତକାରରେ ଜଣାଇଛନ୍ତି, ‘ଅର୍ଜୁନଙ୍କ ମାମଲାର ତଦନ୍ତ ଚାଲିଛି ଏଯାବତ ଆମେ ତାଙ୍କୁ ଏକ କ୍ଲିନ୍ ଚିଟ୍ ଦେଇନାହୁଁ । ଅର୍ଜୁନ ଆମକୁ ଦେଇଥିବା ବିବୃତ୍ତିରେ ଆମେ ଏକ ଅସଙ୍ଗତି ପାଇଲୁ ଏବଂ ସେଥିପାଇଁ ଏହାକୁ ଏହାକୁ ପୁଣିଥରେ ଯାଞ୍ଚ କରିବାକୁ ସ୍ଥିର କରିଛୁ । ଯଦି ଆବଶ୍ୟକତା ଆସେ ତେବେ ଆମେ ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିବୁ ।’

ଗୋଟିଏ ମାସ ମଧ୍ୟରେ ଅର୍ଜୁନଙ୍କୁ ଦୁଇଥର ସମନ ପଠାଇ ସାରିଲାଣି ଏନସିବି । ଗତ ସପ୍ତାହରେ ଏନସିବିର ସମନରେ 22 ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ସେ । ପ୍ରକାଶ ଥାଉକି ବଲିଉଡ ଡ୍ରଗ୍ସ ମାମଲାରେ ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଆଗିସିଲାଓସଙ୍କୁ ଗିରଫ କରିବାପରେ ତାଙ୍କ ମୁମ୍ବାଇ ପ୍ଲାଟରେ ଚଢାଉ କରିଥିଲା ଏନସିବି । ଖାଲିଏ ଏତିକି ନୁହେଁ ତାଙ୍କ ସହ ଗାବ୍ରିଏଲାଙ୍କୁ ମଧ୍ୟ ଜେରା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.