ETV Bharat / sitara

କୃଷି ଆନ୍ଦୋଳନ ନେଇ ଚୁପ କାହିଁକି ବଲିଉଡ ହସ୍ତୀ, ପ୍ରଶ୍ନ କଲେ ନସିରୁଦ୍ଦିନ - naseeruddin-questions-silence-of-bollywood-bigwigs

ଏବେ ବଲିଉଡ ଅଭିନେତା ନସିରୁଦ୍ଦିନ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ । ସେ କୃଷକ ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି ଯେ, ଏହା ବ୍ୟକ୍ତିଗତ ଚିନ୍ତାର ବିଷୟ ନୁହେଁ ବୋଲି କହିବା ଆଦୌ ଠିକ୍ ହେବ ନାହିଁ । ଯଦି ଆମର କୃଷକମାନେ ପ୍ରବଳ ଶୀତରେ ବିରୋଧ ପ୍ରଦର୍ଶନ କରୁଛନ୍ତି ତେବେ ଆମେ ସେମାନଙ୍କୁ ଅଣଦେଖା କରିପାରିବା ନାହିଁ । ଅଧିକ ପଢନ୍ତୁ...

naseeruddin-shah-questions-silence-of-bollywood-bigwigs-amid-farmers-protest
କୃଷି ଆନ୍ଦୋଳନ ନେଇ ଚୁପ କାହିଁକି ବଲିଉଡ ହସ୍ତୀ, ପ୍ରଶ୍ନ କଲେ ନସିରୁଦ୍ଦିନ
author img

By

Published : Feb 11, 2021, 10:11 PM IST

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଶାନ୍ତ ହେବାର ନାଁ ନେଉନାହିଁ । ବିଦେଶରେ ମଧ୍ୟ ଏହାର ସମର୍ଥନରେ ସାମ୍ନାକୁ ଆସିବାରେ ଲାଗିଛନ୍ତି ଲୋକେ । ଅନେକ ବିଦେଶୀ ସେଲିବ୍ରିଟି ଏପର୍ଯ୍ୟନ୍ତ ଟ୍ବିଟ କରି ନିଜର ସମର୍ଥନ ଜଣାଇ ସାରିଛନ୍ତି ।

ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ କିଛି ଲୋକ ସେମାନଙ୍କୁ ବିରୋଧ କରୁଛନ୍ତି ଏବଂ ଆଉ କିଛି ସମର୍ଥନ କରୁଥିବାର ଦେଖାଯାଉଛନ୍ତି । ତେବେ ଅନେକ ବଲିଉଡ ସେଲିବ୍ରିଟି ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି ।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ବଲିଉଡର ଜଣାଶୁଣା ଅଭିନେତା ନସିରୁଦ୍ଦିନ ଶାହା ଘରେ ଚୁପ୍ ରହି ବସିରହିଥିବା ସେଲିବ୍ରିଟିଙ୍କ ନିରବତାକୁ ଭର୍ତ୍ସନା କରି କହିଛନ୍ତି, “ଶେଷରେ, ଏହା ବ୍ୟକ୍ତିଗତ ଚିନ୍ତାର ବିଷୟ ନୁହେଁ ବୋଲି କହିବା ଆଦୌ ଠିକ୍ ହେବ ନାହିଁ । ଯଦି ଆମର କୃଷକମାନେ ପ୍ରବଳ ଶୀତରେ ବିରୋଧ ପ୍ରଦର୍ଶନ କରୁଛନ୍ତି ତେବେ ଆମେ ସେମାନଙ୍କୁ ଅଣଦେଖା ବିଲକୁଲ କରିପାରିବୁ ନାହିଁ। ”

ଏହା ପରେ ଅଭିନେତା ଆହୁରି କହିଛନ୍ତି ‘‘ଆମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ବ୍ୟକ୍ତି ଏସବୁ ଉପରେ ପ୍ରସଙ୍ଗରେ ପୂରା ନୀରବ । ସେମାନେ ଭାବୁଛନ୍ତି କି ଯେ, ଯଦି ସେମାନେ ମୁହଁ ଖୋଲିବେ ତେବେ , ସେମାନେ କିଛି ହରାଇ ପାରନ୍ତି । ଯେତେବେଳେକି ତୁମେ ସାତ ପୀଢିଙ୍କୁ ଯୋଗାଇବା ପାଇଁ ଯଥେଷ୍ଟ ରୋଜଗାର କରିଛ, ତୁମେ କେତେ ଅବା ହରାଇବ ?”

ଏହି ସମୟରେ କଙ୍ଗନା, ଅକ୍ଷୟ କୁମାର, ଅଜୟ ଦେବଗନ, ଉର୍ବଶୀ ରୌତେଲାଙ୍କ ପରି ସେଲିବ୍ରିଟିମାନେ ନିକଟରେ ଟ୍ବିଟ କରି କୃଷକମାନଙ୍କୁ ସମର୍ଥନ ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.