ମୁମ୍ବାଇ: ଜେଏନୟୁ ହିଂସା ଉପରେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତା ନାନା ପାଟେକର । ଛାତ୍ର ସେଠାକୁ ପାଠ ପଢିବାକୁ ଯାଉଛନ୍ତି ଓ ପାଠ ପଢିବା ଉଚିତ୍, କିଛି ଖରାପ କାମ କରି ବାପା ମା'ଙ୍କ ବିଶ୍ବାସକୁ ନ ଭାଙ୍ଗିବା ଆବଶ୍ୟକ ।
ଛାତ୍ରଙ୍କୁ ଭୁଲିବା ଉଚିତ୍ ନୁହେଁ କି ବିନା ରାଜନୈତିକ ଦଳର ସମର୍ଥନରେ କ୍ୟାରିୟର ଗଢିବା ସମ୍ଭବ ନୁହେଁ । ଯଦି କୌଣସି ରାଜନୈତିକ ଦଳ ପକ୍ଷପାତ କଲା, ତେବେ ଛାତ୍ରଙ୍କୁ କେହି ବଞ୍ଚାଇପାରିବେନି ବୋଲି ନାନା ପାଟେକର କହିଛନ୍ତି । ଏହାସହ ବିଶ୍ବବିଦ୍ୟାଳୟକୁ ଛାତ୍ର ବର୍ତ୍ତମାନ ପାଠ ପଢିବାକୁ ଯାଉନାହାଁନ୍ତି ବୋଲି ସେ କହିଛନ୍ତି ।