ETV Bharat / sitara

ବନ୍ୟା ବିପନ୍ନଙ୍କ ପାଇଁ ଘର ତିଆରି କରିବେ ନାନା - ନାମ ପାଉଣ୍ଡେସନ

ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ନାହିଁ ନଥିବା ଅସୁବିଧାନର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ବନ୍ୟାରେ ଧନ, ସମ୍ପତ୍ତି ନଷ୍ଟ ହୋଇଯାଇଥିବାରୁ ଚିନ୍ତାରେ ଅନେକ ଲୋକ । ଇତିମଧ୍ୟରେ ସହଯୋଗର ହାତ ବଢାଇଛନ୍ତି ନାନା ପାଟେକର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ନାନା ପାଟେକର ଫ୍ୟାନକ୍ଲବ
author img

By

Published : Aug 16, 2019, 6:30 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାଣ ବର୍ଷା ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମ ମହାରାଷ୍ଟ୍ର ଜିଲ୍ଲାରେ ବନ୍ୟା ଯୋଗୁଁ ହଜାର ହଜାର ଜନସାଧାରଣ ପ୍ରଭାବିତ । ଆଉ ଏବେ ନିଜ ପରିବାର ଭବିଷ୍ୟକକୁ ନେଇ ଖୁବ୍ ଚିନ୍ତାରେ ଜନସାଧାରଣ । ଏହି ଭୟଙ୍କର ବନ୍ୟାରେ ଅନେକ ଲୋକଙ୍କ ଘରଦ୍ବାରା ଧ୍ବଂସ ହୋଇଯାଇଛି । ଏନେଇ ବଲିଉଡର ବିଶିଷ୍ଟ ଅଭିନେତା ବନ୍ୟା ବିପନ୍ନକୁ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛନ୍ତି ।

ନାନା , ନାମ ପାଉଣ୍ଡେସନ ନାମରେ ଏକ ଏନଜିଓ ଚଲାଉଛନ୍ତି । ଏହି ଏନଜିଓ ମାଧ୍ୟମରେ ବନ୍ୟା ବିପନ୍ନଙ୍କ ପାଇଁ ଘର ତିଆରି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ଶିରୋଲରେ ପଦମାରାଜେ ବିଦ୍ୟାଳୟକୁ ଯାଇ ବନ୍ୟା ବିପନ୍ନଙ୍କୁ ସାକ୍ଷାତ କରିଥିଲେ ।

ଆଉ ସେହିଠାରେ ସେ 500 ଘର ତିଆରି କରିବାର ପ୍ରତିଶୃତି ଦେଇଥିଲେ । ସେ ବନ୍ୟା ବିପନ୍ନଙ୍କୁ ଚିନ୍ତା ନକରିବାକୁ କହି ପୁଣିଥର ତାଙ୍କୁ ଛାତ ଯୋଗାଇ ଦେବେ ବୋଲି କହିଥିଲେ ।

ପ୍ରକାଶ ଥାଉକି ନାନାଙ୍କ ପୂର୍ବରୁ ଅଭିନେତା ରିତେଶ ଦେଶମୁଖ ମଧ୍ୟ ବନ୍ୟା ବିପନ୍ନଙ୍କୁ 25 ଲକ୍ଷ ଟଙ୍କା ସାହାଯ୍ୟ ରୂପେ ଦେଇଥିଲେ । ସେ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିୟା ଦେଶମୁଖ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଣ୍ଡକୁ 25 ଲକ୍ଷ ଟଙ୍କା ଦାନ କରିଥିଲେ ।

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.