ମୁମ୍ବାଇ: ନିଜ ଡେବ୍ୟୁ ୱେବ ସିରିଜ ‘ପାତାଲ ଲୋକ’କୁ ନେଇ ଅନୁଷ୍କା ଶର୍ମା ବିବାଦ ଘେରରେ ଫସିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଚାଲିଛି । ବୁଧବାର ସେ ନିଜ ଘରେ ଡାଇନାସୋର ଥିବାର ଏକ ସୂଚନା ସୋସିଆଲ ମିଡିଆରେ ଦେଇଥିଲେ । ଯାହା ଉପରେ ଏବେ ନାଗପୁର ପୋଲିସର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତେବେ ପୁରା କଥାଟି ଉପରେ ନଜର ପକାଇବା...
ଅନୁଷ୍କା ସେୟାର କରିଥିବା ଭିଡିଓରେ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଡାଇନାସୋର ପରି ଚାଲୁଥିବାର ନଜର ଆସିଛନ୍ତି । ଭିଡିଓ କ୍ୟାପସନରେ ସେ ଲେଖିଥିଲେ, ‘ମୁଁ ମୋ ଘରେ ଖୁଲମଖୁଲା ବୁଲୁଥିବାର ଏକ ଡାଇନାସୋରକୁ ଦେଖିଲି ।’
ଆଉ ଅନୁଷ୍କାଙ୍କ ଏହି ଭିଡିଓ ଉପରେ ନାଗପୁର ପୋଲିସର ନଜର ପଡିବା ମାତ୍ରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦିଆଯାଇଥିଲା । ଭିଡିଓଟିକୁ ସେୟାର କରି ପୋଲିସ ସାହାଯ୍ୟ ପାଇଁ ତାଙ୍କୁ ପ୍ରସ୍ତାବ ଦେବା ସହ ମଜାଦାର ଅନ୍ଦାଜରେ କ୍ୟାପସନରେ ଲେଖିଥିଲା, ‘ତେବେ ଆମେ ବନ ବିଭାଗର ରେସକ୍ୟୁ ଟିମ ପଠାଇବାର ବ୍ୟବସ୍ଥା କରିବୁ ?’