ETV Bharat / sitara

ଦିନ ମଜୁରିଆଙ୍କ ପାଇଁ ତେଲୁଗୁ ଷ୍ଟାରଙ୍କ ବଦାନ୍ୟତା - telgu star

ନାଗାର୍ଜୁନ ଫଣ୍ଡକୁ 1 କୋଟି ଦାନ କରିବା ସହ ସହାୟତା ଦେଇଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ....

ଦିନ ମଜୁରିଆଙ୍କ ପାଇଁ ତେଲୁଗୁ ଷ୍ଟାରଙ୍କ ବଦାନ୍ୟତା

author img

By

Published : Mar 28, 2020, 9:12 PM IST

ହାଇଦ୍ରାବାଦ: କୋରୋନା ଭାଇରସ ଓ ଲକଡାଉନ ଯୋଗୁଁ ସମସ୍ତ ଇଣ୍ଡଷ୍ଟ୍ରିରେ ସମସ୍ୟା ଦେଖାଦେଇଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ପଡିଛି । ହଲିଉଡଠାରୁ ଟଲିଉଡ ଯାଏଁ ସବୁ ବିପୁଳ କ୍ଷତି ସହିବା ନିଶ୍ଚିତ ହୋଇଛି । ଫିଲ୍ମ ଷ୍ଟାରଙ୍କ ଅପେକ୍ଷା ଅଧିକ କ୍ଷତି ସହୁଛନ୍ତି ଇଣ୍ଡଷ୍ଟ୍ରିରେ କାମ କରୁଥିବା ହଜାର ହଜାର ଦିନ ମଜୁରିଆ । ସବୁ ସୁଟିଂ ବାତିଲ ହେବା ପରେ ଏମାନଙ୍କ ଗୁଜୁରାଣ ମେଣ୍ଟିବା ନେଇ ଆଶଙ୍କା ଦେଖାଦେଇଛି ।

ତେବେ ଏପରି ସମୟରେ ଏହି ଗରିବ ଦିନ ମଜୁରିଆଙ୍କ ପାଇଁ ହାତ ବଢାଇଛନ୍ତି ସମସ୍ତ ଫିଲ୍ମ ଷ୍ଟାର । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଆଗଧାଡିର ଷ୍ଟାର ଦିନ ମଜୁରିଆଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଚିରଞ୍ଜିବୀ, ମହେଶ ବାବୁ, ଅଲୁ ଅର୍ଜୁନ, ରାମ ଚରଣଙ୍କ ଭଳି ଆକ୍ଟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଣ୍ଡ ସମେତ ଏଫଇଏଫଏସଆଇକୁ ବିପୁଳ ଅର୍ଥ ପ୍ରଦାନ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଷ୍ଟାର ନାଗାର୍ଜୁନ । ସେ ଫଣ୍ଡକୁ 1 କୋଟି ଦାନ କରିବା ସହ ସହାୟତା ଦେଇଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା କରିଛନ୍ତି ।

ସୋସିଆଲ ମିଡିଆରେ ଏହା ସମ୍ବନ୍ଧରେ ସୂଚନା ଦେବା ସହ ସେ କହିଛନ୍ତି ଯେ ଏପରି ସମୟରେ ସାଥୀ କଳାକାରଙ୍କ ସାହାଯ୍ୟକୁ ପ୍ରଶଂସା କରୁଛି । ଲକଡାଉନ ଏକ ଅପ୍ରିୟ ସତ୍ୟ କିନ୍ତୁ ଦରକାରୀ । ସମସ୍ତେ ନିଜ ସୁରକ୍ଷା ପାଇଁ ଏହାକୁ ମାନିବା ଉଚିତ । ଏପରି ସମୟରେ ଦିନ ମଜୁରିଆଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥ ପ୍ରଦାନ କରିବା ସହ ଭଗବାନଙ୍କ ନିକଟରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଶ୍ରମିକଙ୍କ ସମସ୍ୟା ଦୂର କରିବାକୁ ଆମେ ସମସ୍ତେ ଆଗେଇ ଆସିବା ଉଚିତ୍‌ ବୋଲି ସେ କହିଛନ୍ତି ।

ଫିଲ୍ମ ବିଷୟରେ ଯଦି କହିବା ତେବେ ଆଗାମୀ ପ୍ରୋଜେକ୍ଟ ୱାଇଲଡ୍‌ ଡଗ୍‌ରେ ସେ ନଜର ଆସିବେ । ଏଥିରେ ସେ ଏକ ଏନଆଇଏ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି । ଏହାର ପ୍ରଥମ ଭାଗ ସୁଟିଂ ଗୋଆରେ ସରିଯାଇଛି । ଥାଇଲାଣ୍ଡରେ ଦ୍ବିତୀୟ ଭାଗ ସୁଟିଂ ହେବାର ଥିଲା ଯାହା ଲକଡାଉନ ଯୋଗୁଁ ବାତିଲ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.