ETV Bharat / sitara

ମୁମ୍ବାଇ ପୋଲିସର ଭିନ୍ନ ପ୍ରୟାସ, ‘ଗଲି ବୟ’ ପୋଷ୍ଟରେ ଦେଲା ବାର୍ତ୍ତା

author img

By

Published : Apr 22, 2020, 8:11 PM IST

ଟ୍ବିଟରରେ ଦେଖିବାକୁ ମିଳିଲା ମୁମ୍ବାଇ ପୋଲିସର ଭିନ୍ନ ଅନ୍ଦାଜ। ଏଥର ଫିଲ୍ମର ଫଟୋ ସେୟାର କରି ଦେଶବାସୀଙ୍କୁ ବାଣ୍ଟିଲେ ସଚେତନା ବାର୍ତ୍ତା।

ଫଟୋ ସୌଜନ୍ୟ: ଟ୍ବିଟର@ମୁମ୍ବାଇ ପୋଲିସ
ଫଟୋ ସୌଜନ୍ୟ: ଟ୍ବିଟର@ମୁମ୍ବାଇ ପୋଲିସ

ମୁମ୍ବାଇ: ପୁରା ଦେଶକୁ ମେ 3 ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। କୋରୋନା ଭାଇରାସ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସରକାର, ପୋଲିସ ବାରମ୍ବାର ଅପିଲ କରିବାରେ ଲାଗିଛନ୍ତି। ସରକାରଙ୍କ ଅନୁରୋଧ ସତ୍ତ୍ବେ କିଛି ଲୋକ ଘରୁ ବାହାରକୁ ଯାଇ ବୁଲୁଛନ୍ତି। ଏବେ ଏଭଳି କିଛି ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ ମୁମ୍ବାଇ ପୋଲିସ ନୂଆ ପ୍ରୟାସ ଆପଣାଇଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ମୁମ୍ବାଇ ପୋଲିସ

ମୁମ୍ବାଇ ପୋଲିସ ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କ ସୁପରହିଟ ଫିଲ୍ମ ‘ଗଲି ବୟ’ରୁ ଆଲିୟାଙ୍କ ଏକ ଫଟୋ ସେୟାର କରିଛନ୍ତି। ଯାହା ଉପରେ କ୍ୟାପସନରେ ଲେଖାଯାଇଛି, ‘ଯେବେ ସେ କହୁଛି କି ଲକଡାଉନ ସମୟରେ ଘରୁ ବାହାର ବାହାରୁଛି । ତେବେ ଏପରି ଚେହେରା କରୁଛି।’

ଏହାସହ ମୁମ୍ବାଇ ପୋଲିସ ଲେଖିଛି, ‘ ଅବୋର୍ଟ ମିଶନ, ଆମ ପୁଣିଥରେ କରୁଛୁ ଅବୋର୍ଟ ମିଶନ।’ ବର୍ତ୍ତମାନ ଏହି ଟ୍ବିଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉକି ପୋଲିସ ବ୍ୟତୀତ ବଲିଉଡ ଷ୍ଟାର୍ସ ମଧ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.