ମୁମ୍ବାଇ: ସୁଶାନ୍ତ ସିଂ ରାଜପୁକଙ୍କ ଆତ୍ମହତ୍ୟା ମାମଲାରେ ନୂଆ ନୂଆ ତଥ୍ୟା ଧିରେ ଧିରେ କରି ସାମ୍ନାକୁ ଆସିବାରେ ଲାଗିଛି । ଚର୍ଚ୍ଚା ଏହା ମଧ୍ୟ ହେଉଥିଲା ଯେ ସୁଶାନ୍ତ ଆତ୍ମହତ୍ୟା କରିବାର ପୂର୍ବ ରାତିରେ ନିଜ ଘରେ ପାର୍ଟିର ଆୟୋଜନ କରିଥିଲେ । ହେଲେ ଏହି ସବୁ କଳ୍ପନାଜଳ୍ପନା ଉପରେ ଫୁଲଷ୍ଟପ ଲଗାଇଛି ମୁମ୍ବାଇ ପୋଲିସ ।
ପୋଲିସ ଅଧିକାରୀ ପରମ ବୀର ସିଂ ସୋମବାର ଖୁଲାସା କରି କହିଛନ୍ତି ଯେ ସ୍ବର୍ଗୀୟ ସୁଶାନ୍ତଙ୍କ ଘରେ ଜୁନ 13ରେ କୌଣସି ପାର୍ଟି ହୋଇନଥିଲା । ଏହା କେବଳ ଉଡା ଖବର । ଏଥିରେ ବାସ୍ତବତା କିଛି ନାହିଁ ।
ମୁମ୍ବାଇ ପୋଲିସ ଏହି ମାମଲାରେ କଡାକଡି ତଦନ୍ତ କରୁଛି । ସବୁ ପକ୍ଷରୁ ଯାଞ୍ଚ ଚାଲିଛି । ସେହିପରି ସୁଶାନ୍ତଙ୍କ ବନ୍ଧୁ, ପରିବାର ସଦସ୍ୟ, ଡାକ୍ତର ଏବଂ ଅନ୍ୟ ଲୋକଙ୍କ ବୟାନ ମଧ୍ୟ ରେକର୍ଡ ହୋଇସାରିଲାଣି । ଏହାବ୍ୟତୀତ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ସବୁ ଟ୍ରାନ୍ସଜାକ୍ସନର ମଧ୍ୟ ଛାନବିନ କରୁଛୁ ପୋଲିସ ବୋଲି କହିଛନ୍ତି ପରମ।