ETV Bharat / sitara

Sherlyn Chopra, Poonam Pandeyଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି - ଅଶ୍ଳୀଳ ମାମଲା

ଗିରଫ ଭୟରେ ଅଭିନେତ୍ରୀ ଶର୍ଲିନ ଓ ପୁନମ ପାଣ୍ଡେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Sherlyn Chopra, Poonam Pandeyଙ୍କୁ ହାଇକୋର୍ଟଙ୍କ ଆଶ୍ବସ୍ତି

author img

By

Published : Jul 27, 2021, 2:36 PM IST

ମୁମ୍ବାଇ: ଅଶ୍ଳୀଳ ମାମଲା ବା ପର୍ଣ୍ଣୋଗ୍ରାଫିକୁ ନେଇ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ଏଭଳି ସମୟରେ ହାଇକୋର୍ଟରୁ ଶର୍ଲିନ୍ ଚୋପ୍ରା ଓ ପୁନମ୍ ପାଣ୍ଡେଙ୍କୁ ମିଳିଛି ଆଶ୍ବସ୍ତି । ଗିରଫ ହେବା ଭୟରେ ସେମାନେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

ଏଭଳି ଅଶ୍ଳୀଳ ମାମଲାରେ ଅଭିନୟ କରୁଥିବା ଏହି ୨ ଅଭିନେତ୍ରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଏହାପରେ ସେମାନଙ୍କ ଉପରେ ମୁମ୍ବାଇ ପୋଲିସ 20 ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ଏବଂ ପୁନମ୍ ପାଣ୍ଡେ ଗିରଫ ହେବା ଭୟରେ ହାଇକୋର୍ଟକୁ ଆଗୁଆ ଦୌଡିଥିବା ଦେଖିବାକୁ ମିଳିଛି ।

ତେବେ ସୂଚନା ଥାଉ କି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହାପରେ ତାଙ୍କ ମୁମ୍ବାଇସ୍ଥିତ ଘର ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରି ପଚରାଉଚୁରା କରିଥିଲା । ଏହି ମାମଲା ପରେ ଗିରଫ ହେବା ପରେ ଶର୍ଲିନ ଓ ପୁନମ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.