ETV Bharat / sitara

କଙ୍ଗନାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କଲେ ମୁମ୍ବାଇର ସାମାଜିକ କର୍ମୀ

author img

By

Published : Sep 5, 2020, 3:30 PM IST

ହଟହଟା କଙ୍ଗନା । ବର୍ତ୍ତମାନ ତାଙ୍କ ବିରୋଧରେ ନଜର ଆସୁଛନ୍ତି ରାଜନେତାଙ୍କ ଠୁ ନେଇ ସେଲିବ୍ରିଟି । ବିବାଦୀୟ ବୟାନ ଦେଇ ସମସ୍ୟା ଘେରରେ ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତ କିଛି ଦିନ ହେବ ସାଜିଛନ୍ତି କଣ୍ଟ୍ରୋଭର୍ସି କୁଇନ । ମୁମ୍ବାଇ ପୋଲିସ ବିରୁଦ୍ଧରେ ଅପମାନଜନକ ବୟାନ ଦେଇ ବର୍ତ୍ତମାନ ବିବାଦ ଘେରରେ । ଯାହାକୁ ନେଇ ରାଜନୈତିକ ମହଲ ଗରମ । ଗୋଟିଏ ପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କ ବିରୋଧରେ ବୟାନ ଦେଇ କହିଛନ୍ତି ଯେ କଙ୍ଗନାଙ୍କ କୌଣସି ନୈତିକ ଅଧିକାର ନାହିଁ ମୁମ୍ବାଇରେ ରହିବା ପାଇଁ । ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତଙ୍କ ଠୁ ନେଇ ପ୍ରତାପ ସରନାୟକ ମଧ୍ୟ ତାଙ୍କୁ କଡା ଜବାବ ଦେବାରେ ଲାଗିଛନ୍ତି । ଆଉ ଏବେ ତାଙ୍କ ବିରୋଧରେ ମୁମ୍ବାଇ ସାମାଜିକ କର୍ମୀ ସନ୍ତୋଷ ଦେଶପାଣ୍ଡେ ଅଭିଯୋଗ ରୁଜୁ କରିଛନ୍ତି ।

ସେ ମୁମ୍ବାଇର ଖାର ପୋଲିସ ଷ୍ଟେସନରେ କଙ୍ଗନାଙ୍କ ମୁମ୍ବାଇ ବିରୋଧରେ ବିବାଦୀୟ ବୟାନକୁ ଆଧାର କରି ଏହି ଅଭିଯୋଗ ରୁଜୁ କରିଛନ୍ତି । ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ଓ ରାଜନୈତିକ ମହଲ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଛି ।

ସେପଟେ ଅଭିଯୋଗ ଦାଖଲ କରିବାକୁ ନେଇ ସନ୍ତୋଷ କହିଛନ୍ତି, ‘କଙ୍ଗନା ମୁମ୍ବାଇ ବିରୋଧରେ ଦେଇଥିବା ବିବାଦୀୟ ବୟାନ ପାଇଁ ମୁଁ ତାଙ୍କ ବିରୋଧରେ ଅନଲାଇନ ମାମଲା ରୁଜୁ କରିଛି । ମହାରାଷ୍ଟ୍ରର ଗର୍ବ ଏବଂ ଆତ୍ମ ସମ୍ମାନକୁ ଅପୂରଣୀୟ ଭାବରେ କ୍ଷତି ପହଞ୍ଚାଇଛନ୍ତି । ତାଙ୍କ ଟ୍ବିଟ ମଧ୍ୟ ଅପମାନଜନକ ଥିଲା । ଯାହା ବିରୋଧରେ ରାଜ୍ୟରେ ପ୍ରଦର୍ଶନ କରାଯାଇଥିଲା । ଯଦି ମୁମ୍ବାଇ ପୋଲିସ ତାଙ୍କ ଅଭିଯୋଗକୁ ଜାଣିବାରେ ବିଫଳ ହୁଏ, ତେବେ ମୋ ଓକିଲ ଶିବରାଜ ପାୱାର ଏହି ବିଷୟ ନେଇ କୋର୍ଟକୁ ଯିବେ ଏବଂ ଏହାର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ପର୍ଯ୍ୟନ୍ତ ମାମଲା ଜାରି କରିବେ ।’

ଅଭିନେତ୍ରୀଙ୍କ ଟ୍ବିଟ ଖରାପ ପ୍ରଭାବ ପକାଇବା ସହ ଲୋକଙ୍କ ମଧ୍ୟରେ ଉତ୍ସାହ ବଢାଇବାରେ ଲାଗିଛି | ସେ ବକ୍ତବ୍ୟ, ସ୍ବାଧୀନତାର ଅପବ୍ୟବହାର କରିଛନ୍ତି ଏବଂ ସୋସିଆଲ ମିଡିଆର ଅପବ୍ୟବହାର କରି ବିଷାକ୍ତ ଜିନିଷ କହୁଛନ୍ତି ବୋଲି ନିଜ ଅଭିଯୋଗରେ କହିଛନ୍ତି ସନ୍ତୋଷ ।

ପ୍ରକାଶ ଥାଉକି କଙ୍ଗନାଙ୍କ ବିରୋଧ କେବଳ ରାଜନେତା କରୁନାହାଁନ୍ତି ବରଂ ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କ ଏହିପରି ବୟାନର ବିରୋଧ କରୁଥିବାର ଦେଖାଯାଉଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଉର୍ମିଲା ମାତୋଣ୍ଡେକର, ରିତେଶ ଦେଶମୁଖ ଓ ରେଣୁକା ସାହାଣୀ । ଏହି ସେଲିବ୍ରିଟି ଟ୍ବିଟ କରି କଙ୍ଗନାଙ୍କ ବୟାନର ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.