ମୁମ୍ବାଇ: ଧୀରେ ଧୀରେ ଖୋଲୁଛି ଅଭିନେତାଙ୍କ ମୃତ୍ୟୁ ଗୁମର। ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ ଲିଙ୍କ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ଶନିବାର ମୁମ୍ବାଇରୁ କରମ ଜିତ ସିଂ ଆନନ୍ଦଙ୍କୁ ଗିରଫ କରିଛି। ଏବଂ ତାଙ୍କ ନିକଟରୁ ବହୁ ପରିମାଣର ଗଞ୍ଜେଇ ଜବତ କରିଛି।
ଅନୁସନ୍ଧାନରୁ ଜଣାପଡିଛି ଯେ , ଏହି ଲିଙ୍କରେ ସାମିଲ ଥିବା ଆଉ ଜଣେ ଯୁବକ ଅଙ୍କୁଷ ଆର୍ନେଜାଙ୍କ(29) ପାଖରୁ 42 ଗ୍ରାମର ଡ୍ରଗ୍ସ ଏବଂ 1 ଲକ୍ଷ 12,400 ଟଙ୍କା ଜବତ କରିଛି ଏନସିବି। ଏନସିବିର ଗୋଆ ୟୁନିଟ୍ ଦ୍ୱାରା ଅପରେସନ ସଂପର୍କରେ କ୍ରିସ୍ କୋଷ୍ଟାଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହି ସମୟ ମଧ୍ୟରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଅନୁଜ କେଶଭାନୀଙ୍କୁ ଗିରଫ କରାଯିବା ପରେ ଯାଞ୍ଚ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଉକ୍ତ ତଥ୍ୟ ଆଧାରରେ ଏନସିବିର ଯୁଗ୍ମ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ମାମଲାରେ ବଲିଉଡର କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ।