ହାଇଦ୍ରାବାଦ: ମାଲାୟଲମ ନିର୍ଦ୍ଦେଶକ ଓମର ଲୁଲୁଙ୍କୁ ଅଭିନେତା ମୁକେଶ ଖାନ୍ନାଙ୍କ ରାଗର ଶିକାର ହେବାକୁ ପଡିଛି । ନିର୍ଦ୍ଦେଶକଙ୍କ ଆଗାମୀ ଫିଲ୍ମ ‘ଧମାକା’ରେ ଜଣେ ମାଲାୟଲମ ଅଭିନେତାଙ୍କୁ ଶକ୍ତିମାନ କଷ୍ଟ୍ୟୁମରେ ଦେଖିବାକୁ ମିଳିଛି ।
ପରେ ଏହାକୁ ନେଇ ମିମି ମଧ୍ୟ ସେୟାର ହେବାକୁ ଲାଗିଲା । ଏହା ମୁକେଶ ଖାନ୍ନାଙ୍କୁ ବିଲକୁଲ ପସନ୍ଦ ଆସିନଥିଲା ଓ ‘ଫିଲ୍ମ ଏମ୍ପଲୋଇସ୍ ଫେଡେରେସନ ଅଫ କେରଳ’(FEFKA)ରେ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଶକ୍ତିମାନ ଚରିତ୍ରକୁ ଫିଲ୍ମରେ ନ ଦେଖେଇବାକୁ ଅପିଲ କରିଥିଲେ । ଯଦି ଏପରି ନହୁଏ ତେବେ ସେ ଆଇନର ସହଯୋଗ ଲୋଡିବେ ବୋଲି କହିଥିଲେ ।
- " class="align-text-top noRightClick twitterSection" data="
">
ମୁକେଶ ଖାନ୍ନାଙ୍କୁ ଏନେଇ ବୁଝାଇବା ପାଇଁ ନିର୍ଦ୍ଦେଶକ ଓମର ଲୁଲୁ ଇନଷ୍ଟାଗ୍ରାମରେ କ୍ଷମା ପତ୍ର ଲେଖି ସେୟାର କରିଛନ୍ତି । ଫିଲ୍ମରେ କେହି ବି ଶକ୍ତିମାନଙ୍କ ଚରିତ୍ର କରୁନାହାଁନ୍ତି। ଏହା କେବଳ ଏକ 10ସେକେଣ୍ଡର ପରିକଳ୍ପନା ଦୃଶ୍ୟ ଥିବା କଥା କହିଛନ୍ତି ନିର୍ଦ୍ଦେଶକ।