ହାଇଦ୍ରାବାଦ: ନବାଜୁବ୍ଦିନ ସିଦିକିଙ୍କ ଆଗାମୀ ଫିଲ୍ମ ବୋଲେ ଚୁଡିୟାଁରୁ ବିଦା ହୋଇଛନ୍ତି କୁଇନ ଅଫ ନାଗିନ ମୌନୀ ରୟ । ଫିଲ୍ମର ପ୍ରଯୋଜକ ଫିଲ୍ମରୁ ମୌନୀଙ୍କୁ କରିଛନ୍ତି ବିଦା । ଅନପ୍ରଫେସନାଲ ବ୍ୟବହାର କାରଣରୁ ତାଙ୍କୁ ଫିଲ୍ମରୁ ବାହାର କରାଯାଇଛି । ଏପିରିକି ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ସରିଥିଲା ।
ଫିଲ୍ମର ପ୍ରଯୋଜକ ରାଜେଶ ଭାଟିଆଙ୍କ କହିବା କଥା ଫିଲ୍ମ ସାଇନ କରିବା ପରଠୁ ସେ ସୁଟିଂ ସେଟକୁ ଡେରିରେ ଆସନ୍ତି । ଫିଲ୍ମର ନିର୍ମାଣ ପାଇଁ ଅଧିକ ମାତ୍ରାରେ ଟଙ୍କା ଖର୍ଚ୍ଚ କରାଯାଇଛି ତେଣୁ ଏଭଳି ବ୍ୟବହାର ସହ୍ୟ କରାଯିବନି ବୋଲି କହିଛନ୍ତି ପ୍ରଯୋଜକ ।
ଫିଲ୍ମରେ ନବାଜୁବ୍ଦିନଙ୍କ ସହ ପ୍ରଥମ ଥର କାମ କରିଥାନ୍ତେ ମୌନୀ । ଏହାକୁ ପ୍ରଥମ ଥର ନିର୍ଦ୍ଦେଶନା ଦେଉଛନ୍ତି ନବାଜୁବ୍ଦିନଙ୍କ ଭାଇ ଶାମ୍ସ ନବାବ ସିଦିକି ଓ ରାଜେଶଙ୍କ ସହ ପ୍ରଯୋଜନା କରିବେ କିରଣ ଭାଟିଆ ।