ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ମାତୃତ୍ବ ଦିବସ । ଆଜିର ଦିନଟି ମା' ର ନିଃସ୍ବାର୍ଥପର ପ୍ରେମ ଓ ଯତ୍ନ ପାଇଁ ଉତ୍ସର୍ଗୀକୃତ । ମାତୃ ଦିବସର ବିଶେଷ ଅବସରରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଅନ୍ଦାଜରେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ଅଭିନେତ୍ରୀ ଦିଆ ମିର୍ଜା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପ୍ରକୃତିର ଫଟୋ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
- " class="align-text-top noRightClick twitterSection" data="
">
ଫଟୋ ପୋଷ୍ଟ କ୍ୟାପସନରେ ଦିଆ ଲେଖିଛନ୍ତି, ସମସ୍ତ ମା'ଙ୍କର ମା', ଧରିତ୍ରୀ ମାତା ପୃଥିବୀକୁ ସମ୍ମାନ କର, ସୁରକ୍ଷା କର ଏବଂ ଭଲ ପାଅ । ଏହା ଆମର ଦୁଃଖକୁ ହ୍ରାସ କରିପାରେ ।
ଦିଆଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା ଦେଉଛନ୍ତି ଏବଂ ସେ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି ।
ଏଥିସହିତ ଅପରପକ୍ଷେ ଅଭିନେତା ସାହିଦ କପୁର ମଧ୍ୟ ତାଙ୍କ ମା ନୀଲିମା ଅଜିମଙ୍କ ବ୍ଲାକ ଆଣ୍ତ ହ୍ବାଇଟ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ସେ ସବୁବେଳେ ପବନକୁ ନିଜ ଡେଣା ତଳେ ରଖନ୍ତି । ତାଙ୍କର ଭଲପାଇବା ଏବଂ କ୍ଷମା ଆମକୁ ସାହସ ଦେଇଥାଏ । ସେ ଆମକୁ ଏତେ ଭଲ ପାଇବା ସହିତ ପାଳିଛନ୍ତି ଯେ ଆମେ ଦୁନିଆରେ ଏହି ଭଲପାଇବାକୁ ବିସ୍ତାର କରିବାରେ ସକ୍ଷମ ଅଟୁ । ମୁଁ ମୋର ସୁନ୍ଦର ଯାତ୍ରାକୁ ଶବ୍ଦ ସହିତ ବର୍ଣ୍ଣନା କରିପାରିବି ନାହିଁ ।
ସାହିଦ ଧରିତ୍ରୀ ମାତାକୁ ଆହୁରି ପ୍ରଶଂସା କରି ଲେଖିଛନ୍ତି, ଆଜିର ଦିନରେ ଏହି ମାତାଙ୍କୁ କିପରି ଭୁଲି ପାରିବା...ସେଥିପାଇଁ ତାଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ଧରିତ୍ରୀ ମାତା ହେଉଛି ଆମର ପିଲାମାନଙ୍କର ଭବିଷ୍ୟତ, ତେଣୁ ଆମେ ଏହାକୁ ସୁରକ୍ଷା ଦେବା ଜରୁରୀ ।