ETV Bharat / sitara

ଟିକସ ଫାଙ୍କିବା ମାମଲା: ଅଡୁଆରେ ତାପସୀ-ଅନୁରାଗ - ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନ୍ୟୁଜ

ବୁଧବାର ଅନେକ ସେଲିବ୍ରିଟିଙ୍କ ଘରେ ଆୟକର ବିଭାଗର ଚଢାଉ ହୋଇଥିଲା । ତେବେ ଅନୁରାଗ ଏବଂ ତାପସୀଙ୍କୁ ପଚରାଉଚରା ଶେଷ ହୋଇଥିବା ବେଳେ ତଦନ୍ତ ଜାରି ରିଖିଛି ଆଇଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 4, 2021, 10:17 AM IST

ମୁମ୍ବାଇ: ଟିକସ ଫାଙ୍କିବା ମାମଲାରେ ବୁଧବାର ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ନିର୍ଦ୍ଦେଶକ ତଥା ନିର୍ମାତା ଅନୁରାଗ କଶ୍ୟପଙ୍କ ସହ ଚଳଚ୍ଚିତ୍ର ନିର୍ମାତା ମଧୁ ବର୍ମା ମଣ୍ଟେନା ଏବଂ ବିକାଶ ବହଲଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଆୟକର ବିଭାଗ । ଏହି ଚଢାଉ ମୁମ୍ବାଇ ଏବଂ ପୁଣେରେ କରାଯାଇଥିଲା।

ମୁମ୍ବାଇର ଫାଣ୍ଟମ୍ ଫିଲ୍ମସ୍‌ର ଜୋଗେଶ୍ବରୀଙ୍କ କାର୍ଯ୍ୟାଳୟ, ଅନୁରାଗ ରହୁଥିବା ଓଶିୱାରା ଅଞ୍ଚଳରେ ଥିବା ଘର ଏବଂ ତପସୀ ରହୁଥିବା ଗୋରେଗାଓଁ ଅଞ୍ଚଳରେ ଚଢାଉ କରାଯାଇଥିଲା।

ଫାଣ୍ଟମ୍ ଫିଲ୍ମସ୍ ଅନୁରାଗ, ମଧୁ, ବିକ୍ରମଦିତ୍ୟ ମୋଟୱାନେ ଏବଂ ବିକାଶଙ୍କ ଦ୍ବାରା ନିର୍ମାଣ ହୋଇଥିଲା। କିନ୍ତୁ ଅକ୍ଟୋବର 2018ରେ କମ୍ପାନୀ ବନ୍ଦ ହୋଇଯାଇଥିଲା ।

ଖବର ଅନୁଯାୟୀ, ଆଇଟିର ଏହି ସର୍ଚ୍ଚ ଅପରେସନ୍ ରାତିସାରା ଚାଲିଥିଲା। ତେବେ ଅନୁରାଗ ଏବଂ ତାପସୀଙ୍କୁ ପଚରାଉଚରା ଶେଷ କରିଛି ଆଇଟି। ହେଲେ ଆଗାମୀ ସମୟରେ ପୁଣି ବୟାନ ରେକର୍ଡ କରିଯାଇ ପାରେ । ଏହି ସନ୍ଧାନ ମୁମ୍ବାଇ ଏବଂ ପୁଣେ ସ୍ଥାନରେ କରାଯାଉଛି। ଆୟକର ବିଭାଗର ସୂତ୍ରରୁ ଜଣାପଡିଛି ଯେ ଟିମ୍ ଫାଣ୍ଟମ ଫିଲ୍ମସ୍ ସମେତ ମୁମ୍ବାଇ ଏବଂ ପୁଣେରେ 30ଟି ସ୍ଥାନ ଚଢାଉ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.