ETV Bharat / sitara

Monson Mavunkal case: ଠକେଇ ମାମଲାରେ କରୀନାଙ୍କ ଦାମୀ କାର ଜବତ

କେରଳର ପ୍ରଖ୍ୟାତ ଠକ ଡିଲର ମନସୁନ ମାଭୁଙ୍କଲକୁ ପୋଲିସ ଗିରଫ କରିଛି । ଏହା ନିକଟରୁ ଜବତ ହୋଇଥିବା ୩୦ଟି କାର ମଧ୍ୟରେ ରହିଛି ବଲିଉଡ଼ ଷ୍ଟାର କରୀନା କପୁର ଖାନଙ୍କ ଦାମୀ କାର । ଅଧିକ ପଢନ୍ତୁ...

Monson Mavunkal case: ଠକେଇ ମାମଲାରେ କରୀନାଙ୍କ ଦାମି କାର ଜବତ

author img

By

Published : Oct 1, 2021, 3:57 PM IST

ମୁମ୍ବାଇ: କେରଳର ଠକ ଡିଲର ମନସୁନ ମାଭୁଙ୍କଲ ଗିରଫ ହେବା ପରେ ଏହି ମାମଲାରେ ଉଠିଛି ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନଙ୍କ ନାଁ । ମାମଲାର ତଦନ୍ତ ହେବା ବେଳେ କରୀନାଙ୍କ ନାଁରେ ରେଜିଷ୍ଟର ହୋଇଥିବା ଏକ ଦାମୀ କାର Porschse Boxsterକୁ କେରଳ ପୋଲିସ ଜବତ କରିଛି । ପ୍ରାଚୀନକାଳର ମୂଲ୍ୟବାନ ବସ୍ତୁ ଚୋରି କରିବା ଓ ଠକେଇ କାରର ଆର୍ଥିକ କାରବାର ଅଭିଯୋଗରେ ମନସୁନଙ୍କୁ ଗିରଫ କରାଯାଇଛି ।

କରୀନାଙ୍କ ନାଁରେ ରେଜିଷ୍ଟର ଥିବା ଦାମୀ କାରଟି ଗିରଫ ହୋଇଥିବା ମନସୁନ ନିକଟରୁ ଜବତ ହୋଇଛି । କରୀନାଙ୍କ ମୁମ୍ବାଇ ଠିକଣାରେ ରେଜିଷ୍ଟର ରହିଛି ଏହି କାର । କିନ୍ତୁ କେରଳ ପୋଲିସ ଚେର୍ତଲା ପୋଲିସ ଥାନା ଅଧିନସ୍ଥ ଅଲପୁଝାଠାରେ ଥିବା ଏକ କମ୍ପାଉଣ୍ଡରେ ଗତ ୧ ବର୍ଷ ଧରି ଏହି ଗାଡିଟି ପାର୍କିଂ ହୋଇଥିଲା । ତେବେ ମନସୁନକୁ ଗିରଫ କରାଯିବା ପରେ କରୀନାଙ୍କ ଏହି କାର ସମ୍ପର୍କରେ ପୋଲିସକୁ ଖବର ମିଳିଥିଲା । ପୋଲିସର କହିବା ଅନୁସାରେ ଏହି ଗାଡ଼ିର କାଗଜପତ୍ର ମନସୁନ ଠାରୁ ଜବତ କରିନାହିଁ । ଏଣୁ ଏହି କାରର ଅସଲି ମାଲିକ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ । କିନ୍ତୁ ୨୦୦୭ ମସିହାରେ କରୀନାଙ୍କ ମୁମ୍ବାଇ ବାସସ୍ଥାନ ଠିକଣାରେ ଏହି କାର ରେଜିଷ୍ଟର ହୋଇଥିଲା ।

ଏହି ମାମଲାରେ କରୀନାଙ୍କ କାର ସହିତ ଅନ୍ୟ ୩୦ଟି କାର ମଧ୍ୟ ଜବତ ହୋଇଛି । ଅଭିଯୁକ୍ତ ମନସୁନକୁ ଗିରଫ କରିବା ପରେ ତା' ନିକଟରେ ଆଉ କେତେ ଦାମୀ କାର ରହିଛି ସେ ସମ୍ପର୍କରେ ତଦନ୍ତ କରୁଛି ପୋଲିସ । ସେପଟେ ମନସୁନର କୋଚି ଘରେ ଅଲଗା ରାଜ୍ୟରେ ରେଜିଷ୍ଟର ହୋଇଥିବା କିଛି ଦାମୀ କାର ମଧ୍ୟ ମିଳିଛି । କିନ୍ତୁ ଏହି ଗାଡ଼ିଗୁଡିକର କାଗଜପତ୍ରର ତଥ୍ୟ ସଠିକ ନୁହେଁ ବୋଲି ପୋଲିସ ଜାଣିବାକୁ ପାଇଛି । ଏହି ଦାମୀ କାରଗୁଡ଼ିକୁ ମନସୁନ କମ ଦାମରେ କିଣି ଅଧିକ ଦାମରେ ବିକ୍ରି କରୁଥିଲା ମନସୁନ । ନିଜକୁ ସମ୍ଭାନ୍ତ ଶ୍ରେଣୀର ଲୋକର ପରିଚୟ ଦେଇ ରାଜନେତା, ପୋଲିସ ସମେତ ବଡ଼ ବଡ଼ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.