ହାଇଦ୍ରାବାଦ: ଚନ୍ଦ୍ରଯାନ-2ର ସଫଳତାକୁ ନେଇ ଆଶା ଆଶଙ୍କାରେ ଭାରତ । ଚନ୍ଦ୍ରପୃଷ୍ଠରେ ଲାଣ୍ଡ କରିବା ପୂର୍ବରୁ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା କିନ୍ତୁ ବର୍ତ୍ତମାନ ଆଶାର କିରଣ ଦେଖିବାକୁ ମିଳିଛି । ଲୁନାର ଅରବିଟରରେ ଲାଣ୍ଡରର ଇମେଜ ଦେଖିବାକୁ ମିଳିଛି । ଭାରତବାସୀଙ୍କ ବିଶ୍ବାସର ଏକ ପ୍ରକାର ବିଜୟ ହୋଇଛି । ଏହି ସମୟରେ ବଲିଉଡ କଳାକାର ଇସ୍ରୋକୁ ସମର୍ଥନ କରିଥିଲେ ଓ ଇସ୍ରୋ ପାଇଁ ନିଜକୁ ଗର୍ବିତ ମାନୁଛନ୍ତି ବୋଲି ଟ୍ବିଟ କରି ଜଣାଇଥିଲେ । ସେଲିବ୍ରିଟିଙ୍କ ଏହି ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।
ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ ଟ୍ବିଟକୁ ରି-ଟ୍ବିଟ କରି ଭାରତ ଗୋଟିଏ ପରିବାର ବୋଲି କହିଛିନ୍ତି ଏହାସହ ଇସ୍ରୋ ଉପରେ ଗର୍ବିତ ବୋଲି ମଧ୍ୟ କହିଥିଲେ । ଅନ୍ୟପକ୍ଷେ ଅଭିନେତ୍ରୀ ସୋନମ କପୁରଙ୍କ ଟ୍ବିଟରେ ମଧ୍ୟ ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଇସ୍ରୋର ପରିଶ୍ରମ ଓ ନିଷ୍ଠା ଦ୍ବାରା ଆମେ ସଫଳତା ସିଡି ଚଢିପାରିବା ବୋଲି କହିଛନ୍ତି ।
ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଟ୍ବିଟର ଉତ୍ତର ରଖି ମୋଦି କହିଥିଲେ କି ଆମେ ଆମ ବୈଜ୍ଞାନିକଙ୍କ ପାଇଁ ଗର୍ବିତ । ଇସ୍ରୋ ଅନେକ ଯୁବପିଢିଙ୍କୁ ପ୍ରେରଣା ଦେଇଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକାଶଥାଉକି, ‘ଚନ୍ଦ୍ରଯାନ-2’ ଦକ୍ଷିଣମେରୁରେ ପହଞ୍ଚିବାକୁ 2.1 କିଲୋମିଟର ଥିବା ବେଳେ ଇସ୍ରୋ ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିଲା ।