ETV Bharat / sitara

ଅଷ୍ଟ୍ରେଲିଆରେ ‘ମିଶନ ମଙ୍ଗଲ’ ର ନୂଆ ରେକର୍ଡ

author img

By

Published : Sep 2, 2019, 10:13 PM IST

ଅକ୍ଷୟଙ୍କ ପୂର୍ବ ଅଭିନୀତ ଫିଲ୍ମ କଲେକ୍ସନକୁ ଅଷ୍ଟ୍ରେଲିଆରେ ପଛରେ ପକାଇଛି ମଲ୍ଟି ଷ୍ଟାରର ଫିଲ୍ମ ‘ମିଶନ ମଙ୍ଗଲ’। ଏ ସମ୍ପର୍କରେ ଜଣାଇଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@akshaykumar

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏବେ ଅଷ୍ଟ୍ରେଲିଆରେ ମଧ୍ୟ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହୋଇ ସାରିଛି । ଯାହା ଫିଲ୍ମ ଭାରତର ମଙ୍ଗଳୟାନର(ମାର୍ସ ଆର୍ବିଷ୍ଟର ମିଶନ) କାହାଣୀ ଉପରେ ପର୍ଯ୍ୟବେସିତ।

ଫିଲ୍ମ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋମବାର ଟ୍ବିଟର କରି ଏହାର ସୂଚନା ଦର୍ଶକଙ୍କୁ ଦେଇଛନ୍ତି। ସେ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମିଶନ ମଙ୍ଗଲ ଏବେ ଅଷ୍ଟ୍ରେଲିଆରେ ଅକ୍ଷୟଙ୍କ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ସାମ୍ନାକୁ ଆସିଛି । ଏହି ଫିଲ୍ମ ହାଉସଫୁଲ ସିରିଜ ବ୍ୟତୀତ କେଶରୀ, ପ୍ୟାଡମ୍ୟାନ ଏବଂ ଅକ୍ଷୟଙ୍କ ଅନ୍ୟ ଫିଲ୍ମର ଆୟକୁ ପାର କରିଛି । ’

photo
ଫଟୋ ସୌଜନ୍ୟ: ଟ୍ବିଟର@taran_adarsh

ଭାରତରେ ଫିଲ୍ମର କଲେକ୍ସନ ବିଷୟରେ ଜଣାଇ ତରଣ ଲେଖିଛନ୍ତି, ‘ମିଶନ ମଙ୍ଗଲ ପ୍ରଥମ ସପ୍ତାହରେ 128.16 କୋଟି, ଦ୍ବିତୀୟ ସପ୍ତାହରେ 49.95 କୋଟି ଏବଂ ୱିକେଣ୍ଡରେ ପାଖାପାଖି 9.09 କୋଟି ଆରୟ କରିବାରେ ସଫଳ ହୋଇଛି । ଆୟର ସମୁଦାୟ ରାଶି 187.20 କୋଟିରେ ପହଞ୍ଚିଛି ।’

ତେବେ ଜଗନ ଶକ୍ତିଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରୀ, ତାପସୀ ପନ୍ନୁ, ନିତ୍ୟା ମେନନ ଓ ସରମନ ଯୋଶୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.