ମୁମ୍ବାଇ: 39 ବର୍ଷ ବୟସରେ ଚକୋଲେଟ୍ ବୟ୍ ଶାହିଦ କପୁର । ଖୁବ୍ ଧୁମଧାମରେ ସେ ପାଳନ କରୁଛନ୍ତି ନିଜ ହାପି ୱାଲା ବର୍ଥ ଡେ । ଆଉ ଶୀହିଦଙ୍କ ଏହି ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ପତ୍ନୀ ମିରା ସେୟାର କରିଛନ୍ତି ଏକ ପ୍ରେମପୂର୍ଣ୍ଣ ଫଟୋ ।
ସେ ଏହି ଫଟୋ ସହ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଦେଇଛନ୍ତି । ମୀରା ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋକୁ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିବା ସହ ସେ ଲେଖିଛନ୍ତି, ଜନ୍ମଦିନର ଢେରସାରା ଶୁଭକାମନା, ‘ଲଭ ଅଫ୍ ମାଇଁ ଲାଇଫ୍’।
ତେବେ ଖବର ଅନୁସାରେ, ଶାହିଦ ନିଜ ଜନ୍ମଦିନ ‘ଜର୍ସି’ ଫିଲ୍ମର ସେଟରେ ହିଁ ପାଳନ କରିବେ । କବିର ସିଂ ପରେ ଶାହିଦ ଏବେ ଏହି ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ।
ଏଠାରେ ଆପଣଙ୍କୁ କହୁଛୁ ଯେ, ଶାହିଦ କପୁର ଦିଲ୍ଲୀରେ ବାସ କରୁଥିବା ମୀରାଙ୍କୁ 2015 ମସିହାରେ ବିବାହ କରିଥିଲେ ।