ETV Bharat / sitara

ପୁଣି ୟୁଜର୍ସଙ୍କ ଟାର୍ଗେଟରେ ମିକା ସିଂ, ଭାରତ ମାତାର ଜୟ କହି ଫଶିଲେ - ଧାରା 370

ନିକଟରେ ଇଣ୍ଡିଆ ସିନେ ୱାର୍କସ ଆସୋସିଏସନ୍ ପକ୍ଷରୁ ଗାୟକ ମିକା ସିଂଙ୍କ ବ୍ୟାନ ଲଗାଯାଇଥିଲା । ଏବେ ପୁଣି ସୋସିଆଲ ମିଡିଆରେ ହଟହଟା ମିକା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିକା ସିଂ
author img

By

Published : Aug 17, 2019, 6:48 AM IST

ମୁମ୍ବାଇ: ଧାରା 370 ଉଚ୍ଛେଦକୁ ପରେ ସଦମାରେ ପାକିସ୍ତାନ । ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରଭାବ । ତେବେ ନିକଟରେ ବଲିଉଡ ସିଙ୍ଗର ମିକା ସିଂ ପାକିସ୍ତାନର ଏକ ବିବାହ ଉତ୍ସବରେ ନିଜ ପରିବେଷଣକୁ ନେଇ ଟ୍ରୋଲର ଶିକାର ହୋଇଥିଲେ । ଏହାସହ ତାଙ୍କ ଉପରେ ଅଲ ଇଣ୍ଡିଆ ସିନେ ୱାକର୍ସ ଆସୋସିଏସନ୍ ପକ୍ଷରୁ ମଧ୍ୟ ରୋକ ଲଗାଯାଇଥିଲା ।

ସୂଚନା ଅନୁସାରେ, ମିକା ସିଂ ଏବେ ପାକିସ୍ତାନରୁ ଭାରତକୁ ଫେରି ଆସିଛନ୍ତି । ଆଉ ଏହି ମଧ୍ୟରେ ମିକାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ମିକା ସିଂ ୱାଘା ବର୍ଡରରେ ଭାରତ ମାତା କି ଜୟର ନାରା ଲଗାଉଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓକୁ ମିକା ନିଜେ 15 ଅଗଷ୍ଟରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଭିଡିଓ ସେୟାର କରିବା ସହ ଲେଖିଥିଲେ, ଭାରତ ମାଆର ଜୟ । ପୁଣିଥରେ ସ୍ବତନ୍ତ୍ରତା ଦିବସର ଶୁଭକାମନା । ଆମ ଯାବନଙ୍କୁ ହୃଦୟର ସାଲ୍ୟୁଟ । ଜୟ ହିନ୍ଦ୍ ।

ତେବେ ମିକାଙ୍କ ଏହି ପୋଷ୍ଟ ପରେ ମଧ୍ୟ ଲୋକେ ତାଙ୍କୁ ଟାର୍ଗେଟ କରିଥିଲେ । ଜଣେ ୟୁର୍ଜସ ଲେଖିଥିଲେ, ଏବେ କିଛି ଲାଭ ନାହିଁ, ପାକିସ୍ତାନରେ ପରିବେଷଣ ପରେ ତୁମ କ୍ୟାରିୟର ଶେଷ ହୋଇଗଲା ।

ଏଠାରେ ସୂଚନାଯୋଗ୍ୟ, ପାକିସ୍ତାନରେ ସଙ୍ଗୀତ ପରିବେଷଣ କିରବା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଇଥିଲା । ଏହାସହ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାନ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା ।

Intro:Body:

sgg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.