ETV Bharat / sitara

‘ରୂପ୍ ତେରା ମସ୍ତାନା’ ରିମେକ ନେଇ ଫେରିଲେ ମିକା - ଲୋକପ୍ରିୟ ଗାୟକ ମିକା ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ‘ରୂପ୍ ତେରା ମସ୍ତାନା’ ରିଲିଜ

ଏଥର ଇଟାଲିଆନ ମଡେଲ ସହ ରୋମାନ୍ସ କରିଛନ୍ତି ମିକା ସିଂ । ରିଲିଜ ହୋଇଯାଇଛି ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ରୂପ ତେରା ମସ୍ତାନା’ ସଙ୍ଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ୟୁଟ୍ୟୁବ
ଫଟୋ ସୌଜନ୍ୟ:ୟୁଟ୍ୟୁବ
author img

By

Published : Nov 28, 2020, 2:23 PM IST

ମୁମ୍ବାଇ: ବର୍ତ୍ତମାନ ରିମେକର ଯୁଗ ଚାଲିଛି । ଏବେ ପୁରୁଣା କ୍ଲାସିକ୍ ଚୀର ସବୁଜ ଗୀତକୁ ନୂଆ ସ୍ବର ଏବଂ ବିଟ୍ ଦେବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି ଏବଂ ଯୁବପିଢିଙ୍କ ମନ କିଣିବାରେ ଲାଗିଛି ଏହି ମିଶ୍ରିତ ଗୀତ । ଏବେ ଏମିତି ଏକ ଗୀତ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଆଜ୍ଞା ହଁ, ଲୋକପ୍ରିୟ ଗାୟକ ମିକା ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ‘ରୂପ୍ ତେରା ମସ୍ତାନା’ ରିଲିଜ ହୋଇଯାଇଛି । ଦମଦାର ଅନ୍ଦାଜ ନେଇ ଫ୍ୟାନ୍ସଙ୍କୁ ଦିୱାନା କରିବାକୁ ସେ ଫେରିଛନ୍ତି । ଶୁକ୍ରବାର ରିଲିଜ ହୋଇଥିବା ତାଙ୍କ ଏହି ମ୍ୟୁଜିକ ଭିଡିଓରେ ତାଙ୍କ ସହ ନଜର ଆସୁଛନ୍ତି ସୁନ୍ଦରୀ ଇଟାଲିଆନ ମଡେଲ ଜର୍ଜିଆ ଆଣ୍ଡ୍ରିଆନି । ଦୁଇଜଣଙ୍କ ଅନ୍ଦାଜକୁ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକ ।

କିଶୋର କୁମାରଙ୍କ କଣ୍ଠରେ ଶୁଣିବାକୁ ମିଳିଥିବା ଏହି ଲୋକପ୍ରିୟ ଗୀତ ‘ରୂପ ତେରା ମସ୍ତାନା’ 1969ରେ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ ଦିବଙ୍ଗତ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଅଭିନୀତ ‘ଆରାଧନା’ ଫିଲ୍ମର । ଆପଣ ବି ଦେଖନ୍ତୁ ଗୀତ...

  • " class="align-text-top noRightClick twitterSection" data="">

ଏହାପୂର୍ବରୁ ମୀକାଙ୍କ ମ୍ୟୁଜିକ ଭିଡିଓ ‘ହୋଣ୍ଟୋ ପେ ବସ୍ ତେରା ନାମ ହେ’ ରିଲିଜ ହୋଇଥିଲା । ଏହି ରୋମାଣ୍ଟିକ ଗୀତ ମିକାଙ୍କ ସହ ରୋମାନ୍ସ କରିଥିଲେ ଅଭିନେତ୍ରୀ ଶେଫାଳି ଜରିୱାଲା । ଜମିଥିଲା ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରି । ସେହିପରି ଗୀତଟି ରିଲିଜ ହେବା ମାତ୍ରେ 6 ଲକ୍ଷରୁ ଅଧିକ ଭ୍ୟୁ ମିଳିଥିଲା । ଯାହାକୁ ନେଇ ଖୁସି ଥିଲେ ଷ୍ଟାରକାଷ୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.