ମୁମ୍ବାଇ: ଅଭିନେତା ଜାଭେଦ ଜାଫରିଙ୍କ ପୁଅ ମୀଜାନ ଜାଫରୀ ଫିଲ୍ମ 'ମଲାଲ' ଜରିଆରେ ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ଆଜି ରିଲିଜ ହୋଇଯାଇଛି । ଫିଲ୍ମରେ ତାଙ୍କ ସହ ନଜର ଆସିଛନ୍ତି ସର୍ମିନ ସେଗଲ । ଫେମସ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣେଜୀ ହେଲେ ସର୍ମିନ ।
ଦୀର୍ଘସମୟରୁ ଏହି ଖବର ଶୁଣିବାକୁ ମିଳୁଛି ଯେ ମୀଜାନ ଓ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା ପରସ୍ପରକୁ ଡେଟ କରୁଛନ୍ତି । ଏହି ଖବର ଜୋର ଧରିବାର କାରଣ ହେଲା କି ପ୍ରାୟତଃ ମୀଜାନଙ୍କ ସହ ନବ୍ୟାଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଏକାଠି ଫିଲ୍ମ ଦେଖିବା, ଡିନର କରିବା ସମୟରେ ନଜର ଆସିଛନ୍ତି ଏହି ଯୋଡି ।
ଏହି ମାମଲାରେ ମୌନ ବ୍ରତ ପାଳନ କରିଥିବା ମୀଜାନ ଏବେ ମୁହଁ ଖୋଲିଛନ୍ତି ଏବଂ ବଖାଣିଛନ୍ତି ନବ୍ୟାଙ୍କ ସହ ସମ୍ପର୍କ ବିଷୟରେ ।
'ମଲାଲ' ଫିଲ୍ମର ପ୍ରମୋଶନ ପାଇଁ ମୀଜାନ ଏକ ଟକ ଶୋରେ ନଜର ଆସିଥିଲେ । ସେହିଠାରେ ସେ ଖୁଲାସା କରିଥିଲେ କି ସେ ନବ୍ୟାଙ୍କ ସହ ରିଲେସନଶିପରେ ନାହାଁନ୍ତି । ସେ ଦୁଇଜଣ ଭଲ ବନ୍ଧୁ ଏବଂ ବନ୍ଧୁତ୍ବ ମଧ୍ୟ ଏକ ସମ୍ପର୍କ । ଏଥିରେ ବୟଫ୍ରେଣ୍ଡ ଏବଂ ଗାର୍ଲଫ୍ରେଣ୍ଡ ଭଳି କୌଣସି ଜିନିଷ ନାହିଁ । ହୁଏତଃ ଆମକୁ ଏକାଠି ଦେଖିବାକୁ ମିଳୁଛି । କିନ୍ତୁ ଏହାର ମାନେ ଆଦୌ ନୁହେଁ କି ଆମେ ପରସ୍ପରକୁ ଡେଟ କରୁଛୁ ।
ମୀଜାନ ଯାହା ବି କୁହନ୍ତୁ କିନ୍ତୁ ଶୋରେ ସେ ଏକ ଗେମ ଖେଳି ସାବ୍ୟସ୍ତ କରିଦେଇଛନ୍ତି କି ତାଙ୍କ ମନରେ ନବ୍ୟାଙ୍କ ପାଇଁ କିଛି ନା କିଛି ଅଛି ବୋଲି । କଥାଟି ହେଲା ତାଙ୍କୁ ଶୋର ହୋଷ୍ଟ ଯେତେବେଳେ ପ୍ରଶ୍ନ କରିଥିଲେ କି ସେ ସାରା ଅଲ୍ଲୀ ଖାନ, ଅନନ୍ୟା ପାଣ୍ଡେ ଓ ନବ୍ୟାଙ୍କୁ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି, ଆଉ କାହ ସହ ହୁକ ଅପ ଏବଂ କାହାକୁ ହତ୍ୟା କରିବାକୁ ଚାହୁଁଛନ୍ତି ।
ଏହାର ଜବାବରେ ମୀଜାନ କହିଥିଲେ କି ସେ ନବ୍ୟାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ସାରାଙ୍କ ସହ ହୁକଅପ ଏବଂ ଅନନ୍ୟାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । ତେବେ ମୀଜାନଙ୍କ ଏଭଳି କଥାରେ ଫ୍ୟାନ୍ସଙ୍କୁ ଲାଗୁଛି କି ମୀଜାନ ଓ ନବ୍ୟାଙ୍କ ମଧ୍ୟରେ କିଛି ନା କିଛି ରିଲେସନଶିପ ଅଛି ।