ETV Bharat / sitara

86 ବର୍ଷରେ ପାଦ ଦେଲେ 'ମୀନା କୁମାରୀ', ଆଜି ବି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି

author img

By

Published : Aug 1, 2019, 2:01 PM IST

ବଲିଉଡର ଫିମେଲ ଗୁରୁ ଦତ୍ତ ତଥା ମୀନା କୁମାରୀଙ୍କ ଆଜି ଜନ୍ମ ବାର୍ଷିକୀ । 1952ରେ ଆସିଥିବା ଫିଲ୍ମ ‘ବିଜୁ ବାୱରା’ରୁ ପାଇପାରିଥିଲେ ସେ ସଫଳତା । ଆଉ ଫେମସ ଫିଲ୍ମ 'ପାକିଜା' ରିଲିଜ ପରେ ତାଙ୍କର ନିଧନ ହୋଇଥିଲା ।

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଟ୍ରାଜେଡି କୁଇନ ମୀନା କୁମାରୀଙ୍କ ଆଜି 86ତମ ଜନ୍ମଦିନ । ସେ 1933 ଅଗଷ୍ଟ 1ରେ ଜନ୍ମ ଗ୍ରହଣ କରିଥିଲେ । ନିଜ ଅଭିନୟ ଜରିଆରେ ସେ ବଲିଉଡ ଷ୍ଟାର୍ସଙ୍କ ସହ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ କିଣିବାରେ ସଫଳ ହୋଇଥିଲେ । ଯେଉଁଠାରେ ମୀନାଙ୍କ ନାଁ ଆସୁଥିଲା, ସେହିଠାରେ ଦର୍ଶକଙ୍କ ନିଶ୍ବାସ ଅଟକି ଯାଉଥିଲା । ତାଙ୍କ ଇମୋଶନାଲ ଭରା ଅଭିନୟରେ କାନ୍ଦି ପକାଉଥିଲେ ଦର୍ଶକ । 60, 70 ଦଶକରେ ମୀନା ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ । ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ତାଙ୍କ ଯୋଗଦାନ ପାଇଁ ଆଜି ମଧ୍ୟ ତାଙ୍କୁ ସ୍ମରଣ କରାଯାଉଛି ।

ତେବେ ଆସନ୍ତୁ ଜାଣିବା ତାଙ୍କ ଫିଲ୍ମ କ୍ୟାରିୟର ଓ ସଂଘର୍ଷର କିଛି କାହାଣୀ...

ମୀନାଙ୍କ ପ୍ରକୃତ ନାମ ମହଜବିଂ ବାନୋ । ମୀନାଙ୍କୁ ଭାରତୀୟ ସିନେମାର ଟ୍ରାଜେଡି କୁଇନ ମଧ୍ୟ କୁହାଯାଏ । ସେ 1939ରୁ 1972 ପର୍ଯ୍ୟନ୍ତ ଫିଲ୍ମ ପରଦାରେ କାମ କରିଥିଲେ । ମୀନାଙ୍କ ପିତା ଅଲ୍ଲୀ ବକ୍ସ ପାରସୀ ରଙ୍ଗମଞ୍ଚର ଜଣେ ବିଶିଷ୍ଟ ସଙ୍ଗୀତକାର ଥିଲେ । ସେ ଫିଲ୍ମ ‘ଶାହି ଲୁଟେରେ‘ରେ ସଙ୍ଗୀତ ମଧ୍ୟ ଦେଇଥିଲେ । ଅନ୍ୟପଟେ ତାଙ୍କ ମା' ପ୍ରଭାବତୀ ଦେବି ଜଣେ ଲୋକପ୍ରିୟ ନର୍ତ୍ତକୀ ଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ମୀନାଙ୍କ ଅଭିନୟ ପାଇଁ ବଲିଉଡରେ ତାଙ୍କୁ ଫିମେଲ ଗୁରୁ ଦତ୍ତ ନାମରେ ସମ୍ବୋଧିତ କରାଯାଇଥିଲା । ତାଙ୍କୁ ଟ୍ରାଜେଡି କୁଇନ କୁହାଯିବାର କାରଣ ହେଲା କି ତାଙ୍କ ପୁରା ଜୀବନ ଦୁଃଖଦୁର୍ଦ୍ଦଶାରେ କଟିଥିଲା । ଜୀବନରେ ସବୁ କିଛି ହାସଲ କରିବା ସତ୍ତ୍ବେ ସେ କିନ୍ତୁ ପ୍ରକୃତ ପ୍ରେମ କାହାଠାରୁ ପାଇପାରିନଥିଲେ ।

ନିଜ ସୌନ୍ଦର୍ଯ୍ୟରେ ସେ କୋଟି କୋଟି ଲୋକଙ୍କୁ ନିଜର ଦିୱାନା କରିଦେଉଥିଲେ । ଆଉ ସେହି ସମୟରେ ବଲିଉଡର ଟପ ଅଭିନେତା ମୀନାଙ୍କ ସହ କାମ କରିବାକୁ ସ୍ବପ୍ନ ମଧ୍ୟ ଦେଖୁଥିଲେ । ତାଙ୍କ ପ୍ରେମରେ ମଧ୍ୟ ଅନେକ ଅଭିନେତା ପାଗଳ ଥିଲେ କିନ୍ତୁ ତାଙ୍କ ବୈବାହିକ ଜୀବନ କେବେ ଖୁସିରେ କଟିନଥିଲା ।

ମୀନାଙ୍କୁ ସଫଳତା 1952ରେ ଆସିଥିବା ଫିଲ୍ମ ‘ବିଜୁ ବାୱରା’ରୁ ମିଳିଥିଲା । ସେହି ସମୟର ତାଙ୍କର ସାକ୍ଷାତ କମାଲ ଅମରୋହୀଙ୍କ ସହ ହୋଇଥିଲା । ଆଉ ଯେବେ ଏକ କାର ଦୁର୍ଘଟଣାରେ ମୀନାଙ୍କ ଗୋଟିଏ ଆଙ୍ଗୁଠି କଟିଯାଇଥିଲା । ତେବେ କମାଲ ତାଙ୍କର ଖୁବ୍ ଯତ୍ନ ନେଇଥିଲେ । 1952ରେ ମୀନା ଓ କମାଲ ଲୁଚିଛପି ବିବାହ କରିଥିଲେ । ବିବାହର କିଛି ଦିନ ପରେ ମୀନା ଓ କମାଲଙ୍କ ବିବାହରେ ପଡିଥିଲା ଫାଟକ । ଏହାପରେ ଆଉ କଣ ଥିଲା 1964ରେ ମୀନା, କମାଲଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ଏହିପରି ତାଙ୍କ ଜୀବନରେ ଅନେକ ବ୍ୟକ୍ତି ଆସିଥିଲେ କିନ୍ତୁ କାହା ସହ ତାଙ୍କ ପ୍ରେମ କେବେ ମଧ୍ୟ ସଫଳ ହୋଇଥିଲା । ତାଙ୍କ ପ୍ରେମିକ ତାଲିକାରେ ସୁପରଷ୍ଟାର ରାଜକୁମାର, ଧର୍ମେନ୍ଦ୍ର, ଭାରତ ଭୂଷଣ । ତାଙ୍କର ହିଟ ଫିଲ୍ମ ପାକିଜା ରିଲିଜ ହେବାର 3 ସପ୍ତାହ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ 1972 ମାର୍ଚ୍ଚ 31ରେ ମୃତ୍ୟୁବରଣ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.