ETV Bharat / sitara

Lata Mangeshkar Health Update: ICUରେ ସ୍ବର ସାମ୍ରାଜ୍ଞୀ, ସୁଧୁରୁଛି ସ୍ବାସ୍ଥ୍ୟବସ୍ଥା

author img

By

Published : Jan 25, 2022, 6:50 PM IST

ଧୀରେ ଧୀରେ ସୁଧୁରିବାରେ ଲାଗିଛି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ସ୍ବାସ୍ଥ୍ୟବସ୍ଥା । ତଥାପି ତାଙ୍କୁ ICUରେ ରଖାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Lata Mangeshkar Health Update: ICUରେ ସ୍ବର ସାମ୍ରାଜ୍ଞୀ, ସୁଧୁରୁଛି ସ୍ବାସ୍ଥ୍ୟବସ୍ଥା
Lata Mangeshkar Health Update: ICUରେ ସ୍ବର ସାମ୍ରାଜ୍ଞୀ, ସୁଧୁରୁଛି ସ୍ବାସ୍ଥ୍ୟବସ୍ଥା

ମୁମ୍ବାଇ: ଧୀରେ ଧୀରେ ସୁଧୁରିବାରେ ଲାଗିଛି ସୁର ସାମ୍ରାଜ୍ଞୀଙ୍କ ସ୍ବାସ୍ଥ୍ୟବସ୍ଥା । ତଥାପି ତାଙ୍କୁ ICUରେ ରଖାଯାଇ ଚିକିତ୍ସା କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲର ଡକ୍ଟର ପ୍ରତିତି ସାମଦାନୀ । ଗତ ଜାନୁଆରୀ ୮ ତାରିଖରୁ କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଲତା ।

ଏହି କିମ୍ବଦନ୍ତୀ ଗାୟିକା କୋଭିଡ଼ ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଆଇସିୟୁରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଏହି ସମୟରେ କୌଣସି ମିଥ୍ୟା ଖବର ଉପରେ ବିଶ୍ବାସ ନ କରିବାକୁ ଲତାଙ୍କ ପରିଚାଳନା ଟିମ ଫ୍ୟାନ୍ସଙ୍କୁ ପରାମର୍ଶ ଦେଇଛନ୍ତି । ଗତ ଜାନୁଆରୀ ୨୧ ତାରିଖରେ ଲତାଙ୍କ ପରିଚାଳନା ଟିମ ଏ ନେଇ ଏକ ବିବୃତ୍ତି ଜାରି କରିଥିଲେ ।

ଏହା ବି ପଢନ୍ତୁ: ସୁସ୍ଥ ଅଛନ୍ତି ଲତା, ମିଥ୍ୟା ଖବରକୁ ବିଶ୍ୱାସ କରନ୍ତୁନି କହିଲା ପରିଚାଳନା ଟିମ୍

ଏହାସହିତ ଲତାଙ୍କ ଉତ୍ତମ ସୁସ୍ଥ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ କହିଥିଲେ । ଏହି ବିପଦ ସମୟରେ କୌଣସି ଗୁଜବ ପ୍ରସାରିତ ନ କରିବାକୁ ମଧ୍ୟ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିବା ପରେ ଡାକ୍ତରଙ୍କ କହିବାନୁସାରେ ଏହି ଗାୟିକାଙ୍କୁ ଘରକୁ ଆଣିବେ ବୋଲି ପରିବାର ବର୍ଗ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.