ETV Bharat / sitara

ଏହି ବଲିଉଡ ଅଭିନେତା ମଧ୍ୟ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ... - ମନୋଜ ବାଜପେୟୀ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିମାନେ ସେମାନଙ୍କ ସମସ୍ୟାକୁ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ନିକଟରେ ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀ ତାଙ୍କ ସଂଗ୍ରାମର ପର୍ଯ୍ୟାୟକୁ ମନେ ପକାଇ ପ୍ରକାଶ କରିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ଆତ୍ମହତ୍ୟା ବିଷୟରେ ମଧ୍ୟ ଭାବୁଥିଲେ, କିନ୍ତୁ ତାଙ୍କ ବନ୍ଧୁମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ।

manoj bajpayee says he was contemplating suicide after nsd rejection
ମନୋଜ ବାଜପେୟୀ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, କହିଲେ- ବନ୍ଧୁମାନେ ଜୀବନ ରକ୍ଷା କରିଥିଲେ
author img

By

Published : Jul 3, 2020, 7:01 AM IST

ମୁମ୍ବାଇ:ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିମାନେ ସେମାନଙ୍କ ସମସ୍ୟାକୁ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ଡିପ୍ରେସନରୁ ଆତ୍ମହତ୍ୟା ପର୍ଯ୍ୟନ୍ତ ଆସିଥିବା ସମସ୍ତ ଚିନ୍ତାଧାରାକୁ ସେଲିବ୍ରିଟିମାନେ କହୁଛନ୍ତି ।

ନିକଟରେ ଜାତୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସଂଘର୍ଷର ପ୍ରଥମ ଦିନରେ ସେ କିପରି ନିଜକୁ ହରାଉଥିଲେ ଏବଂ ସେ ନିଜକୁ ଶେଷ କରିବାକୁ ଚିନ୍ତା କରୁଥିଲେ, କିନ୍ତୁ ତାଙ୍କ ବନ୍ଧୁମାନେ ତାଙ୍କ ଜୀବନ ରକ୍ଷା କରିଥିଲେ ।

ମନୋଜ କହିଛନ୍ତି, ମୁଁ ଜଣେ କୃଷକର ପୁଅ, ମୋର ପାଞ୍ଚ ଭାଇଭଉଣୀଙ୍କ ସହ ବିହାର ଗାଁରେ ରହୁଥିଲି । ମୁଁ ଅମିତାଭ ବଚ୍ଚନଙ୍କର ଜଣେ ପ୍ରଶଂସକ ଏବଂ ମୁଁ ତାଙ୍କ ପରି ହେବାକୁ ଚାହୁଁଥିଲି । 17 ବର୍ଷ ବୟସରେ ମୁଁ ଥିଏଟର କରିବା ଆରମ୍ଭ କଲି କିନ୍ତୁ ପରିବାର ଲୋକଙ୍କୁ ଏହି ବିଷୟରେ କୌଣସି ଧାରଣା ନଥିଲା ।

ମନୋଜ ଆହୁରି କହିଛନ୍ତି, ମୁଁ ଗାଁରୁ ଯାଇ ବାହାର ସହରରେ ଆଡଜଷ୍ଟ କରିବାକୁ ଚେଷ୍ଟା କରୁଥିଲି । ମୁଁ ଇଂରାଜୀ ଶିଖିଲି । ତାପରେ ମୁଁ ଏନ.ଏସ.ଡିରେ ଆପ୍ଲାଏ କଲି କିନ୍ତୁ ତିନିଥର ରିଜେକ୍ଟ ହେଲି । ଏହାକୁ ସହିନ ପାରି ମୁଁ ଆତ୍ମହତ୍ୟା କରିବାକୁ ଭାବୁଥିଲି, କିନ୍ତୁ ମୋ ବନ୍ଧୁମାନେ ମୋ ଜୀବନ ରକ୍ଷା କରିଥିଲେ । ସେହିବର୍ଷ ମୁଁ ଏକ ଚା’ ଦୋକାନରେ ଠିଆ ହେଇଥିଲି, ସେତେବେଳେ ମୋ ସାଙ୍ଗ ପାଖକୁ ଆସି ଏକ ବହୁତ ଭଲ ଖବର ମତେ କହିଥିଲା । ସେ କହିଲା, ଶେଖର କପୁର ମୋତେ ବନ୍ଦିତ କୁଇନରେ କାଷ୍ଟ କରିବାକୁ ଚାହୁଁଛନ୍ତି । ତା’ପରେ ମୁଁ ଅନୁଭବ କଲି ଯେ ମୁଁ ମୁମ୍ବାଇ ଯିବାକୁ ପ୍ରସ୍ତୁତ ଅଛି ।

ପ୍ରଥମ ସଟରେ ମୁଁ - ଗେଟ ଆଉଟ ଶୁଣିଥିଲି । ଆରମ୍ଭରେ ସବୁକିଛି ବହୁତ କଷ୍ଟସାଧ୍ୟ ଥିଲା । ଚାରି ବର୍ଷ ସଂଘର୍ଷ କରିଥିଲି । ମୋର ଚେହେରା ହିରୋ ପାଇଁ ଫିଟ୍ ନଥିଲା । ସେତେବେଳେ ଲୋକମାନେ ଭାବିଲେ ଯେ ମୁଁ ବଡ଼ ପରଦାରେ ସ୍ଥାନ ପାଇବି ନାହିଁ । ଚାରି ବର୍ଷର ସଂଘର୍ଷ ପରେ ମୁଁ ମହେଶ ଭଟ୍ଟଙ୍କ ଟିଭି ଧାରାବାହିକରେ ଏକ ଭୂମିକାରେ କାମ କଲି । ମୁଁ ଏକ ଏପିସୋଡ୍ ପାଇଁ 1500 ଟଙ୍କା ପାଉଥାଏ । ଏହା ପରେ ମୁଁ ମୋର ପ୍ରଥମ ବଲିଉଡ ଚଳଚ୍ଚିତ୍ର ପାଇଲି । ଏହାପରେ ମୁଁ ମୋର ପ୍ରଥମ ଘର କିଣିଥିଲି । ବର୍ତ୍ତମାନ 67 ଟି ଚଳଚ୍ଚିତ୍ର ପରେ, ମୁଁ ଆଜି ଏଠାରେ ଅଛି ।

ପ୍ରକାଶ ଥାଉ କି,ମନୋଜ ବାଜପେୟୀ ସତ୍ୟା, ଅଲିଗଡ, ରାଜନୀତି, ସତ୍ୟାଗ୍ରହ, ଗ୍ୟାଙ୍ଗସ୍ ଅଫ୍ ୱାସିପୁର ସମେତ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.