ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ କିଛି କଳାକାର ଏମିତି ଅଛନ୍ତି ଯିଏ ନିଜ ଦମଦାର ଅଭିନୟ, କଡା ପରିଶ୍ରମ ପାଇଁ ଆଜି ନିଜର ସ୍ଥାନ ପକ୍କା କରିଛନ୍ତି । ସେ ଫିଲ୍ମ ଆଣିକି ଆସିବା ମାନେ ଆପଣ ପରଦାରେ ଶାନଦାର ଅଭିନୟ ଦେଖିବାକୁ ପାଇବେ। ଏବେ ଦର୍ଶକଙ୍କ ପସନ୍ଦ ବଡ ବଡ ଷ୍ଟାର୍ସ ନହୋଇ ବରଂ ଭଲ କାହାଣୀ ଏବଂ ଦମଦାର ଆକ୍ଟର। ଏହି ତାଲିକାରେ ସାମିଲ ଅଛନ୍ତି ବିଶିଷ୍ଟ ଅଭିନେତା ମନୋଜ ବାଜପେୟୀ।
ଆଜି ଏହି ଅଭିନେତାଙ୍କ 51ତମ ଜନ୍ମଦିନ। ସେ 1969 ଏପ୍ରିଲ 23ରେ ବିହାରର ନରକାଟିୟଗଞ୍ଜରେ ଜନ୍ମ ଗ୍ରହଣ କରିଥିଲେ। ଏହି ଏଅବସରାରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ଆଜି ନିଜ ବିନ୍ଦାସ ଅନ୍ଦାଜ, ଶାନଦାର ଅଭିନୟ ପାଇଁ ସମସ୍ତଙ୍କ ପସନ୍ଦୀୟ ଅଭିନେତା ସାଜିଥିବା ମନୋଜଙ୍କ ଜୀବନରେ ଏକଦା ଏମିତି ସମୟ ଆସିଥିଲା ଯେବେ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । 4ଥର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ବାହାରିବା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଆଉ ସେହି ସମୟରେ ରଘୁବୀର ଯାଦବ ବ୍ୟାରି ଜନଙ୍କ ଆକ୍ଟିଂ ୱାର୍କଶପ କରିବାକୁ ତାଙ୍କୁ ପରାର୍ମଶ ଦେଇଥିଲେ ।
ମନୋଜଙ୍କ ପତ୍ନୀ ତଥା ଅଭିନେତ୍ରୀ ନେହା ବାଜପେୟୀ ଅନେକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ହେଲେ ବିବାହ ପରେ ସେ ଫିଲ୍ମ ଜଗତକୁ ବାଏ ବାଏ କହିଦେଇଥିଲେ । ନେହାଙ୍କ ପ୍ରକୃତ ନାମ ଶବାନା ରଜା । ହେଲେ ବଲିଉଡକୁ ଆସିବା ପରେ ସେ ନିଜ ନାମ ପରିବର୍ତ୍ତନ କରି ନେହା ରଖିଥିଲେ। ସେ ଅଭିନେତା ବବି ଦେଓଲଙ୍କ ଫିଲ୍ମ ‘କରୀବ’ରୁ ବଲିଉଡରେ ଡେବ୍ୟୁ କରିଥିଲେ।
ନିଜ ସଂଘର୍ଷ ସମୟରେ ମନୋଜ ଦିଲ୍ଲୀର ଜଣେ ଝିଅକୁ ବିବାହ କରିଥିଲେ । ହେଲେ ଦୁଇଜଣଙ୍କ ବିବାହ ବେଶୀ ଦିନ ପର୍ଯ୍ୟନ୍ତ ଚାଲିନଥିଲା । ଚର୍ଚ୍ଚା ଜୋର ଧରିଥିଲା ଯେ ମନୋଜ ଓ ତାଙ୍କ ପତ୍ନୀ ବିବାହର ଦୁଇ ମାସ ପରେ ଅଲଗା ହୋଇଯାଇଥିଲେ । ବୈବାହିକ ଜୀବନରେ ସମସ୍ୟାର କାରଣ ମନୋଜଙ୍କ ସଂଘର୍ଷମୟ ଜୀବନ ଥିଲା।
ସେହିପରି ନେହା ଓ ମନୋଜଙ୍କ ପ୍ରଥମ ସାକ୍ଷାତ ଫିଲ୍ମ ‘କରୀବ’ରେ ରିଲିଜ ପରେ ହୋଇଥିଲା। ନେହାଙ୍କ ଫିଲ୍ମ ‘କରୀବ’ ଓ ମନୋଜଙ୍କ ଫିଲ୍ମ ‘ସତ୍ୟା ’ଏକାଠି ବକ୍ସ ଅଫିସରେ ରିଲିଜ ହୋଇଥିଲା। ମନୋଜ ନିଜ ଅଭିନୟ କ୍ୟାରୟର ଆରମ୍ଭ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଧାରାବାହିତ ‘ସ୍ବାଭିମାନ’ରୁ କରିଥିଲେ। ସେହିପରି ତାଙ୍କୁ ଫିଲ୍ମରେ ସର୍ବପ୍ରଥମେ ସୁଯୋଗ ଦେଇଥିଲେ ଶେଖର କପୁର । 1994ରେ ଶେଖରଙ୍କ ଫିଲ୍ମ ‘ବ୍ୟାଣ୍ଡିଟ କୁଇନ’ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ସେ ସଫଳ ହିରୋ 1998ରେ ଆସିଥିବା ରାମଗୋପାଲ ବର୍ମାଙ୍କ ଫିଲ୍ମ ‘ସତ୍ୟା’ରୁ ସାଜିଥିଲେ ।
ପ୍ରକାଶ ଥାଉକି ‘ସତ୍ୟା’ ଓ ‘ସୁଲ’ ପାଇଁ ମନୋଜଙ୍କୁ ଫିଲ୍ମଫେୟାର ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା । ସେହିପରି ଫିଲ୍ମ ‘ପିଞ୍ଜର’ରେ ଶାନଦାର ଅଭିନୟ ପାଇଁ ନ୍ୟାସନାଲ ଫିଲ୍ମ ଆୱାର୍ଡ(ସ୍ପେଶାଲ ଜ୍ୟୁରୀ) ମିଳିଥିଲା । ‘ସତ୍ୟା’, ‘ସୁଲ’, ‘ସ୍ପେଶାଲ 26’, ‘ଗ୍ୟାଙ୍ଗ୍ସ ଅଫ ୱାସେପୁର’, ‘ରାଜନୀତି’ ଭଳି ଫିଲ୍ମରେ ତାଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳିଥାଏ।