ETV Bharat / sitara

25 ବର୍ଷ ପରେ ମନୀଷଙ୍କୁ ମନେପଡିଲା ‘ଡିଡିଏଲଜେ’

author img

By

Published : Oct 19, 2020, 4:32 PM IST

ଚର୍ଚ୍ଚିତ ଫିଲ୍ମ ‘ଡିଡିଏଲଜେ’ରେ ଡ୍ରେସ ଡିଜାଇନ କରିଥିଲେ ଲୋକପ୍ରିୟ ଡିଜାଇନର ମନୀଷ ମଲହୋତା । ରିଲ ଲାଇଫରେ କାଜଲଙ୍କ ଲୁକରେ ଭରିଥିଲେ ରିୟଲ ଅନ୍ଦାଜ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଶାହରୁଖ ଖାନ ଓ କାଜଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ରିଲିଜକୁ 25 ବର୍ଷ ପୂରଣ ହେବାକୁ ଯାଇଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ଚର୍ଚ୍ଚିତ । ଫିଲ୍ମରେ ଶାହରୁଖଙ୍କ ରୋମାଣ୍ଟିକ ଅନ୍ଦାଜ ଆଉ କାଜଲଙ୍କ ଚୁଲବୁଲି ଅବତାର ଦର୍ଶକଙ୍କୁ କରିଥିଲା ଦିୱାନା । ସୀମରନ ଓ ରାଜ୍‌ଙ୍କ ଏହି ଯୋଡିକୁ ଏଯାବତ ମଧ୍ୟ ଭୁଲି ନାହିଁନ୍ତି କେହି । ସେପଟେ 25 ବର୍ଷ ପୂରଣ ହେବା ଅବସରରେ ଫେମସ ଡ୍ରେସ ଡିଜାଇନ ମନୀଷ ମଲହୋତ୍ରା ଫିଲ୍ମରେ ନିଜ କାମକୁ ମନେ ପକାଇଛନ୍ତି । ଆଉ ସେୟାର କରିଛନ୍ତି ଅନେକ ମଜାଦାର କଥା ।

ଫିଲ୍ମରେ କାଜଲଙ୍କ ଡ୍ରେସ ଡିଜାଇନ କରିଥିଲେ ମନୀଷ । ତାଙ୍କ ଏଥେନିକ୍ ସୁଟଠୁ ନେଇ ଗ୍ରୀନ ଲେହେଙ୍ଗା ପର୍ଯ୍ୟନ୍ତ ସବୁଥିରେ ଭରିଥିଲେ ଶାନଦାର ଅନ୍ଦାଜ ।

ଯାହା ଉପରେ ଆଲୋଚନା କରି ସେ କହିଛନ୍ତି, ‘ଗୋଟିଏ ଫିଲ୍ମ ପାଇଁ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ସ୍କ୍ରିପ୍ଟ । ଯାହା କାହାଣୀ ଏବଂ ନିର୍ଦ୍ଦେଶକଙ୍କ ଦୃଷ୍ଟିକୋଣ । ଡିଡିଏଲଜେର ଭୂମିକା ପାଇଁ କିଛି ଶାନଦାର କରିବାର ଥିଲା । ଯାହା ମତେ ନୂଆ କରିବାର ସୁବର୍ଣ୍ଣ ସୁଯୋଗ ଯୋଗାଇଥିଲା । ମୁଁ ଫିଲ୍ମରେ ଅଂଶ ହେବା ମାତ୍ରେ ସବୁବେଳେ ସ୍ଥିର କରିଥାଏ ଦମଦାର କାମ କରିବାକୁ । ମୁଁ ଏମିତି କିଛି କରିବାକୁ ଚାହୁଁଥିଲେ ଯାହାକୁ ଠିଆ ହୋଇ ସମସ୍ତେ ଦେଖିବେ । ଆଉ ଯେବେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଫିଲ୍ମର ସ୍କ୍ରିପ୍ଟ କହିଥିଲେ ଆମେ ସମସ୍ତେ ପାଗଳ ହୋଇଯାଇଥିଲୁ । ଆଦିତ୍ୟ କହିଥିଲେ ଯେ କାଜଲଙ୍କ ଲୁକ ଫିଲ୍ମରେ ବାସ୍ତବ ଲାଗିବା ଦରକାର । ଯାହାକୁ ଦୃଷ୍ଟିରେ ରଖି ମୁଁ କାଜଲଙ୍କ ଡ୍ରେସ ଡିଜାଇନ କରିଥିଲି । ମୁଁ ଭାବୁଛି ଫିଲ୍ମର ଭୂମିକା ସହିତ ମୁଁ ନ୍ୟାୟ କରିଛି । କାରଣ ଫିଲ୍ମର ଡ୍ରେସ ଡିଜାଇନକୁ ଖୁବ୍ ପସନ୍ଦ କରିଥିଲେ ସମସ୍ତେ।’

ପ୍ରକାଶ ଥାଉକି 1995 ଅକ୍ଟୋର 20ରେ ରିଲିଜ ହୋଇଥିଲା ‘ଡିଡିଏଲଜେ’ । ଫିଲ୍ମରେ କାଜଲ ଓ ଶାହରୁଖଙ୍କ ବ୍ୟତୀତ ସ୍ବର୍ଗତ ଅଭିନେତା ଅମରିଶ ପୁରୀ, ଅନୁପମ ଖେର, ଫରିଦା ଜଲାଲ, ପରମୀତ ସେଟ୍ଟି, ମନ୍ଦିରା ବେଦୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.