ETV Bharat / sitara

ମଲାୟାଲାମ ଷ୍ଟାରଙ୍କ କୋରୋନା ରିପୋର୍ଟ ନେଗେଟିଭ, ସେୟାର କଲେ ଫଟୋ

ଜୋର୍ଡାନରୁ ଭାରତ ଫେରିଥିବା ମାଲାୟାଲମ ଅଭିନେତା ପୃଥ୍ବୀରାଜ ସୁକୁମାରନଙ୍କ କୋଭିଡ -19 ଟେଷ୍ଟ ନେଗେଟିଭକୁ ଆସିଛନ୍ତି । ପୃଥ୍ବୀରାଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 3, 2020, 7:09 PM IST

malyalam actor prithviraj sukumaran tests negetive for coronavirus
ପୃଥୀବିରାଜ ସୁକୁମାରନଙ୍କ କରୋନା ରିପୋର୍ଟ ନେଗେଟିଭ,ସେୟାର କଲେ ଫଟୋ

କୋଚି: ମେ 22 ରେ ଜୋର୍ଡାନରୁ କୋଚି ଫେରିଥିବା ମାଲାୟାଲମ୍ ଅଭିନେତା ପୃଥ୍ବୀରାଜ ସୁକୁମାରନଙ୍କ କୋଭିଡ -19 ଟେଷ୍ଟ ନେଗେଟିଭକୁ ଆସିଛନ୍ତି ।

ପୃଥ୍ବୀରାଜ 7 ଦିନର କ୍ୱାରେଣ୍ଟାଇନ ସମାପ୍ତ କରି, ବର୍ତ୍ତମାନ ସେ ତାଙ୍କ ଘରେ ଅବଶିଷ୍ଟ 7 ଦିନର ହୋମ-କ୍ବାରେଣ୍ଟାଇନରେ ଅଛନ୍ତି ।

ବୁଧବାର ଦିନ ପୃଥ୍ବୀରାଜ ତାଙ୍କ ଇନଷ୍ଟାଗ୍ରାମରେ ନିଜର କୋରୋନା ଯାଞ୍ଚ ରିପୋର୍ଟ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ପୃଥ୍ବୀରାଜ ଲେଖିଛନ୍ତି, କୋଭିଡ -19 ଟେଷ୍ଟ କରିଥିଲି ଏବଂ ରିପୋର୍ଟ ନେଗେଟିଭ ଅସିଛି ।

ଏହାସହ ସେ ପ୍ରଶଂସକମାନଙ୍କୁ ସୁରକ୍ଷିତ ରହିବା ପାଇଁ ଏବଂ ଶରୀରର ଯତ୍ନ ନେବାକୁ କହିଛନ୍ତି ।

ପ୍ରକାଶ ଥାଉ କି, ପୃଥ୍ବୀରାଜ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅଜୁଜିଭିଥାମ୍'ର କ୍ରୁ ସଦସ୍ୟମାନଙ୍କ ସହିତ ପ୍ରାୟ 50 ଦିନ ଜୋର୍ଡାନରେ ଫସି ରହିଥିଲେ । ଟିମର ନିର୍ଦ୍ଦେଶକ ବେଲସିଙ୍କ ସମେତ ପ୍ରାୟ 56 ଜଣ ସଦସ୍ୟ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.