ETV Bharat / sitara

'ଇମ୍ୟୁନିଟି' ବଢାଇବାର ଉପାୟ କହିଲେ ମଲାଇକା, ଭିଡିଓ ଭାଇରାଲ

author img

By

Published : Jul 5, 2020, 9:02 PM IST

ମଲାଇକା ଆରୋରା ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ 'ଇମ୍ୟୁନିଟି' ବୁଷ୍ଟର୍ ବିଷୟରେ କହୁଛନ୍ତି । ଏହି ଭିଡିଓରେ ପ୍ରଶଂସକମାନେ ସେମାନଙ୍କ ମନ୍ତବ୍ୟ ଦେଉଛନ୍ତି । ଅଧିକ ପଢନ୍ତୁ...

malaika arora shares how to boost immunity
'ଇମ୍ୟୁନିଟି' ବଢାଇବାର ଉପାୟ କହିଲେ ମଲାଇକା, ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା 'ଇମ୍ୟୁନିଟି' ବଢାଇବାର ଘରୋଇ ଉପଚାର କହିଛନ୍ତି । ମଲାଇକା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ 'ଇମ୍ୟୁନିଟି' ବୁଷ୍ଟର୍ ବିଷୟରେ କହୁଛନ୍ତି ।

ମଲାଇକା ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ଏହା ମେକ୍ ଇନ୍ ଇଣ୍ଡିଆ ହୋମ ରେମେଡି । ବହୁ ବର୍ଷ ପୁରୁଣା ଏବଂ ଟେଷ୍ଟେଡ । ମଲାଇକା କହିଛନ୍ତି, ଆମଲା, ଫ୍ରେସ ଅରଗାନିକ୍ ହଳଦୀ, ଅଦା, ସେଓ, ଭିନେଗାର ଏବଂ ଲଙ୍କା ଏସବୁକୁ ମିଶାଇ ଏହାକୁ ଖାଆନ୍ତୁ ।

ବର୍ତ୍ତମାନ, କୋଭିଡ୍ -19 ନାମରେ ଅନେକ ପ୍ରକାରର 'ଇମ୍ୟୁନିଟି' ବୁଷ୍ଟର ଉପଲବ୍ଧ ଅଟେ । ତେଣୁ ଏହି ଘର ତିଆରି ପଦ୍ଧତିକୁ ଗ୍ରହଣ କରନ୍ତୁ ଯାହା ଶୀଘ୍ର ପ୍ରସ୍ତୁତ ହେବ ଏବଂ ଶରୀର ପାଇଁ ବହୁତ ଭଲ ଅଟେ ।

ମଲାଇକା ଆଜିକାଲି କ୍ୱାରେଣ୍ଟାଇନରେ ସମୟ ବିତାଉଛନ୍ତି । କିନ୍ତୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହା ବ୍ୟତୀତ ମଲାଇକା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ତାଙ୍କ ରିଲେସନସିପକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ।

ପ୍ରକାଶ ଥାଉ କି, ମଲାଇକା ଟିଭି ସୋ ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର ସୋରେ ଜଜ ଭାବରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.