ETV Bharat / sitara

ମଲ୍ଲିକା-ତୁଷାରଙ୍କ ଡିଜିଟାଲ ଡେବ୍ୟୁ

ଅଲ୍ଟ ବାଲାଜୀ ନେଇକି ଆସୁଛି ଆଉ ଏକ ଡିଜିଟାଲ ସିରିଜ । ଏଥର ଡେବ୍ୟୁ କରୁଛନ୍ତି ଗୋଲମାଲ ଫେମ ତୁଷାର କପୁର ଓ ମଲ୍ଲିକା ଶେରାୱତ । ଏଥର ହଲିଡେରେ ଲାଗିବ ହରର ସହ କମେଡିର ତଡକା ।

author img

By

Published : Jun 18, 2019, 1:20 PM IST

Updated : Jun 18, 2019, 3:48 PM IST

ଫଟୋ ସୌଜନ୍ୟ: ଟ୍ବିଟର/@taran_adarsh

ହାଇଦ୍ରାବାଦ: ଖୁବ ଶୀଘ୍ର ନୂଆ ହରର କମେଡି ସିରିଜ ନେଇ ଆସୁଛି ଅଲ୍ଟ ବାଲାଜୀ । ଏହି ୱେବ ସିରିଜରେ ପ୍ରଥମ କରି ଡେବ୍ୟୁ କରିବେ ମଲ୍ଲିକା ଶେରାୱତ ଓ ତୁଷାର କପୁର । ସିରିଜର ନା ରହିଛି ‘ବୁ...ସବକି ଫଟେଗି’ । ନିକଟରେ ଏହାର ଟ୍ରେଲର ମଧ୍ୟ ରିଲିଜ ହୋଇଛି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

ସିରିଜରେ କିଛି ସାଙ୍ଗ ମିଶି ଗୋଟେ ନିଛାଟିଆ ବଙ୍ଗଳାରେ ରାତି ବିତାଇବାକୁ ଇଚ୍ଛା କରିବେ । ସେଠାରେ କିଛି ଆଶ୍ଚର୍ଯ୍ୟ ଘଟଣା ଘଟିବ । ଭୁତ ଚରିତ୍ରରେ ନଜର ଆସିବେ ମଲ୍ଲିକା ଶେରାୱତ । ଏହାପରେ ଜଣକ ପରେ ଜଣେ ଭୁତରେ ପରିବର୍ତ୍ତନ ହୋଇଯିବେ । ସିରିଜରେ ହରର ସହ ଭରପୂର କମେଡି ଦେଖିବାକୁ ମିଳିବ । ସିରିଜଟି 27 ଜୁନରେ ରିଲିଜ ହେବ ।

ଫିଲ୍ମରେ ତୁଷାର ଓ ମଲ୍ଲିକାଙ୍କ ସହ କିକୁ ସାରଦା, ସଞ୍ଜୟ ମିଶ୍ର, କୃଷ୍ଣା ଅଭିଷେକ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ‘ହାଉସଫୁଲ’ ଓ ‘ଗୋଲମାଲ’ରେ କାହାଣୀ ଲେଖିଥିବା ଫରାଦ ସାମଜୀ । ଏହାର ପ୍ରଯୋଜନା ଦେବେ ପାରିତୋଷ ପେଣ୍ଟର ।

Intro:Body:

blank

Conclusion:
Last Updated : Jun 18, 2019, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.