ମୁମ୍ବାଇ: ନିକଟରେ ସୁପରଷ୍ଟାର ସଲମାନ ଖାନ ଘୋଷଣା କରିଥିଲେ ଯେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ରାଧେ: ଇଓର ମୋଷ୍ଟ ୱାଣ୍ଟେଡ୍ ଭାଇ' ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ଏବେ ଅଭିନେତା ଅକ୍ଷୟ କୁମାରଙ୍କ 2 ଟି ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । ଅକ୍ଷୟଙ୍କ 'ସୂର୍ଯ୍ୟବଂଶୀ'ର ମୁକ୍ତିଲାଭ ଦୀର୍ଘ ଦିନ ଧରି ଅଟକି ରହିଛି । ବର୍ତ୍ତମାନ ତାଙ୍କର ଅଭିନୀତ ଫିଲ୍ମ 'ବେଲ୍ ବଟମ୍' ମଧ୍ୟ ରିଲିଜ୍ ପାଇଁ ପ୍ରାୟ ପ୍ରସ୍ତୁତ, କିନ୍ତୁ କୁହାଯାଉଛି ଯେ,ଏହି ଫିଲ୍ମ ପ୍ରେକ୍ଷାଳୟ ବଦଳରେ ଅନଲାଇନରେ ମୁକ୍ତିଲାଭ କରିପାରେ ।
ରିପୋର୍ଟ ଅନୁଯାୟୀ, 'ବେଲ୍ ବଟମ୍'ର ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଡିଜିଟାଲ୍ ରିଲିଜ୍ ପାଇଁ ଆମାଜନ ପ୍ରାଇମ ଭିଡିଓ ସହ ଆଲୋଚନା କରୁଛନ୍ତି । ନିର୍ମାତା ବାସୁ ଭଗ୍ନାନି ଏବଂ ଜ୍ୟାକି ଭାଗ୍ନାନି ଏହା ପୂର୍ବରୁ ଆମାଜନ ପ୍ରାଇମରେ ସେମାନଙ୍କ ପ୍ରଡକ୍ସନ୍ ହାଉସ୍ ଫିଲ୍ମ 'କୁଲି ନଂ -1' ରିଲିଜ୍ କରିଥିଲେ । ଏବେ ସେମାନେ ଫିଲ୍ମ 'ବେଲ୍ ବଟମ୍' ପାଇଁ ମଧ୍ୟ ସମାନ ଭାବରେ ଚିନ୍ତା କରୁଛନ୍ତି । ଯଦିଓ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ନିର୍ମାତାମାନେ ସମସ୍ତ ବିକଳ୍ପ ଉପରେ ବିଚାର କରୁଛନ୍ତି ।
ପ୍ରକାଶ ଥାଉ ଯେ, ପ୍ରଥମ ଫିଲ୍ମ 'ବେଲ୍ ବଟମ୍' କୁ 2 ଏପ୍ରିଲ୍ 2021 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା ।