ମୁମ୍ବାଇ: ସିନେମାରେ କ୍ୟାରିୟର କରିବାକୁ ଚେଷ୍ଟା କରୁଥିବା ଯୁବତୀଙ୍କୁ ବ୍ୟୁଟି ପ୍ରତିଯୋଗୀତାରେ ସାମିଲ କରିବା ନାଁରେ ଯୌନ ଶୋଷଣ ଓ ବ୍ଲାକମେଲିଂ ମାମଲା ଚର୍ଚ୍ଚାରେ । ଏହାକୁ ଆଧାର କରି ଜାତୀୟ ମହିଳା ଆୟୋଗ(ଏନସିଡବ୍ଲୁ) ଫେମସ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନୋଟିସ୍ ପଠାଇଛି । ଯେଉଁଥିରେ ଏହି ଦୁଇ ସେଲିବ୍ରିଟିଙ୍କ ବୟାନ ରେକର୍ଡ କରାଯିବା କଥା କୁହାଯାଉଛି । ସେହିପରି ଆଉ କିଛି ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ।
ସାମାଜିକ କର୍ମୀ ୟୋଗିତା ଏକ କମ୍ପାନୀର ପ୍ରମୋଟରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଯେଉଁ କମ୍ପାନୀ ମଡେଲିଂରେ କ୍ୟାରିୟର କରିବାକୁ ସୁଯୋଗ ଦେବା ବାହାନାରେ ଅନେକ ଯୁବତୀଙ୍କୁ ଯୌନ ଶୋଷଣ ଏବଂ ବ୍ଲାକମେଲ କରୁଛି । ଏଥି ପାଇଁ ଏହି ମାମଲାରେ ସାକ୍ଷୀ ରୂପେ ଉର୍ବଶୀ ଓ ମହେଶଙ୍କୁ ନୋଟିସ୍ ପଠାଯାଇଛି ।
-
NCW issues fresh notice to Mahesh Bhatt, Urvashi Rautela & others for recording witness statements on a complaint filed by social activist Yogita Bhayana against a company's promoter for allegedly blackmailing & sexually assaulting girls on pretext of giving them modelling offers pic.twitter.com/dgdQtnky89
— ANI (@ANI) August 6, 2020 " class="align-text-top noRightClick twitterSection" data="
">NCW issues fresh notice to Mahesh Bhatt, Urvashi Rautela & others for recording witness statements on a complaint filed by social activist Yogita Bhayana against a company's promoter for allegedly blackmailing & sexually assaulting girls on pretext of giving them modelling offers pic.twitter.com/dgdQtnky89
— ANI (@ANI) August 6, 2020NCW issues fresh notice to Mahesh Bhatt, Urvashi Rautela & others for recording witness statements on a complaint filed by social activist Yogita Bhayana against a company's promoter for allegedly blackmailing & sexually assaulting girls on pretext of giving them modelling offers pic.twitter.com/dgdQtnky89
— ANI (@ANI) August 6, 2020
ପ୍ରକାଶ ଥାଉକି ମହେଶ ବର୍ତ୍ତମାନ ନିଜ ଆଗାମୀ ପ୍ରୋଜେକ୍ଟ ‘ସଡକ 2’ରେ ବ୍ୟସ୍ତ ଅଛନ୍ତି । ସେହିପରି ଉର୍ବଶୀଙ୍କ ଶେଷ ଅଭିନୀତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଫିଲ୍ମରେ ଉର୍ବଶୀଙ୍କ ସହ ଫେମସ ଟିଭି ଆକ୍ଟର ଗୌତମ ଗୁଲାଟି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।