ETV Bharat / sitara

ମହାରାଷ୍ଟ୍ରରେ 144 ଧାରା, ରାଜ୍ୟ ବାହାରେ ଫିଲ୍ମ ସୁଟିଂ କରିବେ ନିର୍ମାତା - ଫିଲ୍ମ ଏବଂ ଟେଲିଭିଜନ ନିର୍ମାତାଙ୍କ ବଡ ନିଷ୍ପତ୍ତି

ବର୍ତ୍ତମାନ ମହାରାଷ୍ଟ୍ରାରେ ସୁଟିଂ ହେବନି କୌଣସି ଫିଲ୍ମ । ନିଜ ନିଜର ଆଗାମୀ ଫିଲ୍ମ ସୁଟ କରିବାକୁ ଅନ୍ୟ ରାଜ୍ୟକୁ ଯାତ୍ରା ଆରମ୍ଭ କରିଦେଇଛନ୍ତି ମେକର୍ସ । ଏହି କ୍ରମରେ ସାମିଲ ଅଛନ୍ତି ‘ଏକ ଭିଲେନ 2’ର ନିର୍ମାତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 15, 2021, 12:42 PM IST

ମୁମ୍ବାଇ: କୋଭିଡ -19 ର ଦ୍ବିତୀୟ ଲହରୀକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ସରକାର ବୁଧବାର ଠାରୁ 144 ଧାରା ଲାଗୁ କରିବା ସହିତ ମେ 1 ପର୍ଯ୍ୟନ୍ତ ରାଜ୍ୟରେ କଡା ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଅନେକ ବଡ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି । ସେପଟେ ଫିଲ୍ମ ଏବଂ ଟେଲିଭିଜନ ନିର୍ମାତା ମହାରାଷ୍ଟ୍ର ବାହାରେ ଥିବା ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି । ସର୍ବଶେଷ ପ୍ରତିବନ୍ଧକ ଯାହା ‘ବ୍ରେକ୍ ଚେନ୍’ ଅର୍ଡରର ଏକ ଅଂଶ ବୋଲି ଘୋଷଣା କରିଥିଲେ ଉଦ୍ଧବ ଠାକରେ ।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଚଳଚ୍ଚିତ୍ର, ସିରିଏଲ, ବିଜ୍ଞାପନର ସୁଟିଂ ମହାରାଷ୍ଟ୍ରରେ ଏପ୍ରିଲ 14 ରାତି 8 ଟାରୁ ମେ 1 ସକାଳ 7ଟା ପର୍ଯ୍ୟନ୍ତ ସ୍ଥଗିତ ରହିବ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ମାତା ମହାରାଷ୍ଟ୍ର ବାହାରେ ନିଜ ନିଜ ଫିଲ୍ମର ସୁଟିଂ କରିବାକୁ ସ୍ଥିର କରିଛନ୍ତି ।

ସେହିପରି ‘ଏକ ଭିଲେନ 2’ର ମେକର୍ସ ମୁମ୍ବାଇ ପରିବର୍ତ୍ତେ ଫିଲ୍ମର ସୁଟିଂ ଗୋଆରେ କରିବାକୁ ଯୋଜନା କରିସାରିଲେଣି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଓ ତାରା ସୁତାରିଆ । ନିର୍ମାତା ବିଶ୍ବାସ କରୁଛନ୍ତି ଯେ ସୁଟିଂ ମୁମ୍ବାଇ ବାହାରେ କରିବାର ଅର୍ଥ ହେଉଛି ଏହା ବିଗ ବଜେଟ ଫିଲ୍ମ । ଯେଉଁଥିରେ ବିଳମ୍ବ କରାଯାଇପାରିବ ନାହିଁ ।

ପ୍ରକାଶ ଥାଉକି 144 ଧାରା ପାଇଁ ବର୍ତ୍ତମାନ ଶାହରୁଖ ଖାନଙ୍କ ‘ପଠାନ’, ସଲମାନ ଖାନଙ୍କ ‘ଟାଇଗର 3’, ପ୍ରଭାସଙ୍କ ‘ଆଦିପୁରୁଷ’ ଏବଂ ୱେବ ସିରିଜ ‘ଡୋଙ୍ଗରୀ ଟୁ ଦୁବାଇ’ର ସୁଟିଂ ଅଟକି ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.