ETV Bharat / sitara

ସୁଶାନ୍ତଙ୍କ ମାମଲାରେ ମୁହଁ ଖୋଲିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

author img

By

Published : Oct 26, 2020, 8:04 AM IST

Updated : Oct 26, 2020, 8:21 AM IST

ସାମ୍ନାକୁ ଆସିଲା ଉଦ୍ଧବ ଠାକରେଙ୍କ ବୟାନ । ସୁଶାନ୍ତଙ୍କ ମାମଲାରେ ତାଙ୍କ ପୁଅଙ୍କ ନାମ ସାମିଲ କରାଯାଉଥିବାରୁ କହିଲେ ଅନେକ କଥା । କଙ୍ଗନାଙ୍କୁ ମଧ୍ୟ ଦେଇଛନ୍ତି କଡା ଜବାବ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ଟ୍ବିଟର
ଫଟୋ ସୌଜନ୍ୟ:ଟ୍ବିଟର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ଡ୍ରଗ୍ସ କାରବାରର ଏଯାବତ ଯାଞ୍ଚ କରୁଛି ଏନସିବି । ସେପଟେ ସିବିଆଇ ମଧ୍ୟ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି । ହେଲେ ତାଙ୍କ ମୃତ୍ୟୁରେ ମୁମ୍ବାଇ ପୋଲିସ କରିଥିବା ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠିସାରିଛି । ଏଥି ନିମନ୍ତେ ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଅନୁରୋଧରେ ଏହି କେସ୍ ସିବିଆଇ ହାତକୁ ଯାଇଥିଲା । ସୁଶାନ୍ତଙ୍କ ମାମଲାରେ ବଲିଉଡ ସେଲିବ୍ରିଟିଙ୍କ ଠୁ ନେଇ ଶିବସେନାର ଯୁବ ନେତା ଆଦିତ୍ୟ ଠାକୁରଙ୍କ ନାମ ମଧ୍ୟ ଅନେକ ଥର ଆସିସାରିଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୌନ ବ୍ରତ ଭାଙ୍ଗିଛନ୍ତି ।

ଏହାସହ ସେ ବି-ଟାଉନ କୁଇନ କଙ୍ଗନା ରଣାୱତଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସୁଶାନ୍ତ ମାମଲାରେ ତାଙ୍କ ପୁଅ ଆଦିତ୍ୟଙ୍କ ନାମ ଆସିବା ପରେ ଉଦ୍ଧବ ଠାକରେ ନୀରବତା ଭାଙ୍ଗିଛନ୍ତି। ଆଉ କହିଛନ୍ତି, ‘କେହି ଜଣେ ଆତ୍ମହତ୍ୟା କରିଛନ୍ତି, ସେ ବିହାରର ପୁଅ ହୋଇପାରନ୍ତି । ହେଲେ ସେଥିପାଇଁ ମହାରାଷ୍ଟ୍ରର ପୁଅମାନଙ୍କୁ ବଦନାମ କରାଗଲା । ତୁମେ ମୋ ପୁଅ ଆଦିତ୍ୟଙ୍କୁ ମଧ୍ୟ ବଦନାମ କଲ। ତେଣୁ ତୁମେ ଯାହା କହିଛ ତାହା ମନେରଖ । ଆମେ ସଚ୍ଚୋଟ।’

ସେହିପରି ସେ କଙ୍ଗନାଙ୍କ ନାମ ନ ନେଇ କହିଛନ୍ତି, ‘ନ୍ୟାୟ ପାଇଁ ଚିତ୍କାର କରୁଥିବା ମଣିଷ ମୁମ୍ବାଇ ପୋଲିସ ଉପରେ ଅଭିଯୋଗ ଲଗାଇଥିଲେ । ଆଉ ମୁମ୍ବାଇ ପୋଲିସକୁ ପିଓକେ ସହ ତୁଳନା ମଧ୍ୟ କରିଥିଲେ । ସେମାନେ ସବୁ ସ୍ଥାନରେ ଡ୍ରଗ୍ସ, ନିଅନ୍ତି, ଖାଲି ନିଜର ଇମେଜ ଏମିତି କରୁଛନ୍ତି । ସେମାନେ ଜାଣିନାହାଁନ୍ତି ଯେ ଆମେ ତୁଳସୀ ଗଛ ଲଗାଉ ଗଞ୍ଜେଇ ଗଛ ନୁହେଁ । ଗଞ୍ଜେଇ ଚାଷ ତୁମ ରାଜ୍ୟରେ ହୁଏ ମହାରାଷ୍ଟ୍ରରେ ନୁହେଁ । ଲୋକ ଏଠାକୁ ରୋଜଗାର ପାଇଁ ଆସି ମୁମ୍ବାଇକୁ ଅପମାନିତ କରନ୍ତି । ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ଏବଂ ଏହା ତାଙ୍କର ବିଫଳତା। ।’ ମୁମ୍ବାଇ ପୋଲିସକୁ ନେଇ ମୁଁ ସର୍ବଦା ଗର୍ବିତ । ସେଇ ଏକମାତ୍ର ମୁମ୍ବାଇ ପୋଲିସ ଯିଏ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କସାବକୁ ଜୀବନ୍ତ ଧରି ଦେଶପ୍ରେମର ପ୍ରମାଣ ଦେଇଥିଲା ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ କଙ୍ଗନା ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଅନେକ କଥା କହିଛନ୍ତି । ଖାଲି ଏତିକି ନୁହେଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରି ଅନେକ ରାଜନେତାଙ୍କ ଟାର୍ଗେଟରେ ଆସିଥିଲେ । ଯାହାପାଇଁ ତାଙ୍କୁ କେନ୍ଦ୍ରରୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିଲା ।

Last Updated : Oct 26, 2020, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.