ETV Bharat / sitara

ଅଟୋ ଡ୍ରାଇଭର ନିକଟରୁ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ - ଅଟୋ ରିକ୍ସା ଡ୍ରାଇଭର

ରବିବାର ମହାରାଷ୍ଟ୍ରରେ ଏକ ଅଟୋ-ରିକ୍ସାରେ 2.5 ଲକ୍ଷ ଟଙ୍କା ମୂଲ୍ୟର ମହିଳାଙ୍କ ବ୍ୟାଗକୁ ପୋଲିସ ଜବତ କରିଛି। ଅଧିକ ପଢନ୍ତୁ...

ମହାରାଷ୍ଟ୍ର ପୋଲିସ
ମହାରାଷ୍ଟ୍ର ପୋଲିସ
author img

By

Published : Jan 24, 2021, 2:22 PM IST

ମୁମ୍ବାଇ: ରବିବାର ମହାରାଷ୍ଟ୍ରରେ ଏକ ଅଟୋ-ରିକ୍ସାରେ 2.5 ଲକ୍ଷ ଟଙ୍କା ମୂଲ୍ୟର ମହିଳାଙ୍କ ବ୍ୟାଗକୁ ପୋଲିସ ଜବତ କରିଛି। ମହିଳା ଜଣକ ଡିସେମ୍ବର 11 ରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବାବେଳେ ଥାନେର ଭାୟାଣ୍ଡର ସହରରେ ଗାଡିରେ ଅଳଙ୍କାର ଏବଂ ପୋଷାକ ଥିବା ବ୍ୟାଗକୁ ଭୁଲି ଯାଇଥିଲେ।

ପରେ ତାଙ୍କ ସ୍ବାମୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଅଟୋ ରିକ୍ସା ଚିହ୍ନଟ କରିଥିଲା। ତେବେ ଅଟୋ ରିସ୍କାର ଡ୍ରାଇଭର୍ ଉତ୍ତରପ୍ରଦେଶ ସ୍ଥିତ ନିଜ ଗାଁକୁ ଯାଇଥିଲେ ଓ ଜାନୁଆରୀ 11ରେ ଫେରିଥିଲେ ।

ପୋଲିସ ଡ୍ରାଇଭରକୁ ନେଇ ତା ଘରକୁ ନେଇଥିଲେ ଯେଉଁଠାରୁ ଶୁକ୍ରବାର ମୂଲ୍ୟବାନ ସାମଗ୍ରୀ ସବୁ ଉଦ୍ଧାର କରାଯାଇଛି । ଭାରତୀୟ ପେନାଲ କୋଡ୍ ଧାରା 403 (ସମ୍ପତ୍ତିର ଅସାଧୁ ଅପବ୍ୟବହାର) ଅନୁଯାୟୀ ଡ୍ରାଇଭରଙ୍କ ବିରୋଧରେ ଏକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.