ETV Bharat / sitara

ଜୟଲଳିତା ବାୟୋପିକ ଓ ୱେବ ସିରିଜ ମେକର୍ସଙ୍କୁ ଝଟକା - ‘ଥଲାଇଭି’ ଫିଲ୍ମ ନିର୍ମାତା ଅଲ ବିଜୟ

ସମସ୍ୟା ଘେରରେ ୱେବ ସିରିଜ ‘କୁଇନ’ ଓ ଫିଲ୍ମ ‘ଥଲାଇଭି’ ମେକର୍ସ । ନୋଟିସ୍ ଜାରି କାଲ ମାଦ୍ରାସ ହାଇକୋର୍ଟ ।

jayalalithaa
ଫଟୋ ସୌଜନ୍ୟ: ଟ୍ବିଟ@କଙ୍ଗନା ରଣାୱତ ଟିମ
author img

By

Published : Feb 14, 2020, 7:21 PM IST

ମୁମ୍ବାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ ୱେବ ସିରିଜ ‘କୁଇନ’ ଓ ଫିଲ୍ମ ‘ଥଲାଇଭି’ଙ୍କ ମେକର୍ସଙ୍କ ବଢିଲା ସମସ୍ୟା । କାରଣ ମାଦ୍ରାସ ହାଇକୋର୍ଟ ମେକର୍ସଙ୍କୁ ଗୁରୁବାର ନୋଟିସ ପଠାଇଛନ୍ତି । ଜୟଲଳିତାଙ୍କ ଝିଆରୀ ଜୟ ଦୀପା ଏହାକୁ ରିଲିଜ କରିବାର ଅନୁମତି ଦିଆଯାଇଥିବା ଖଣ୍ଡପୀଠ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଯାଚିକା ଦାୟର କରିଥିଲେ । ଯାହା ଉପରେ କୋର୍ଟ ନୋଟିସ ଜାରି କରିଛି।

ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ କ୍ରଷ୍ଣନ ରାମାସାମୀ ‘ଥଲାଇଭି’ ଫିଲ୍ମ ନିର୍ମାତା ଅଲ ବିଜୟ ଓ ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ ଓ ୱେବ ସିରିଜ ‘କୁଇନ’ର ନିର୍ମାତା ଗୌତମ ବାସୁଦେବ ମେନନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି।

ଜଷ୍ଟିସ ସେନ୍ଥିଲ କୁମାର, ରାମମୂର୍ତ୍ତିଙ୍କ ଖଣ୍ଡପୀଠ ଡିସେମ୍ବର 11ରେ ୱେବ ସିରିଜ ଓ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାରେ ମନା କରିଦେଇଥିଲେ। ଯାହାପରେ ୱେବ ସିରିଜକୁ ରିଲିଜ କରାଯାଇଥିଲା । ଦୀପା ୱେବ ସିରିଜ ଦେଖିବା ପରେ ହାଇକୋର୍ଟରେ ଏହି ଯାଚିକା ଦାୟର କରିଥିଲେ।

ଦୀପା ନିଜ ଅପିଲରେ କହିଥିଲେ ଯେ ୱେବ ସିରିଜ ଦେଖିବାକୁ ସୁଯୋଗ ମିଳିଛି । ଆଉ ସେ ଏହା ଜାଣିକି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ୱେବ ସିରିଜରେ ଅନେକ ଏମିତି ସିନ୍ସ ଅଛି ଯାହାଦ୍ବାରା ଜୟଲଳିତାଙ୍କ ପ୍ରତିଛବି ଖରାପ ଦର୍ଶାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.