ନୂଆଦିଲ୍ଲୀ: କୋରୋନା ସଙ୍କଟ ପୁଣି ଥରେ ବୃଦ୍ଧି ପାଉଛି । ଅନେକ ବଲିଉଡ ତାରକା ମଧ୍ୟ ଏହାର ଶିକାର ହୋଇସାରିଲେଣି ।
ଏବେ ରିପୋର୍ଟ ଅନୁଯାୟୀ, ଟିଭିର ଏକ ଫେମସ ଡ୍ୟାନ୍ସ ରିଆଲିଟି ସୋ 'ଡ୍ୟାନ୍ସ ଦିୱାନେ' ସିଜିନ 3 ସେଟ୍ରେ ୧୮ ଜଣ କ୍ରୁ ସଦସ୍ୟଙ୍କୁ କୋରୋନା ହୋଇଥିବା ଜଣାପଡିଛି ।
ମାଧୁରୀ ଦୀକ୍ଷିତ, ଧର୍ମେଶ ଏବଂ ତୁଷାର କାଳିଆ ଏହି ଶୋର ହୋଷ୍ଟ ଅଟନ୍ତି ।
FWICE ସାଧାରଣ ସମ୍ପାଦକ ଅଶୋକ ଦୁବେ ଏହି ବିଷୟରେ କହିଛନ୍ତି, “ଯାହା ଘଟିଲା ଦୁର୍ଭାଗ୍ୟଜନକ। ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ, ଯେଉଁମାନ କୋରୋନା ସଂକ୍ରମଣ ହୋଇଛନ୍ତି, ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଶୋର ପରବର୍ତ୍ତୀ ସୁଟିଂ 5 ଏପ୍ରିଲରେ ହେବ। ପୁନର୍ବାର ଏକ ପ୍ରି-ଟେଷ୍ଟ ହେବ ଏହା ସହିତ ଅନ୍ୟାନ୍ୟ ସତର୍କତା ମଧ୍ୟ ଗ୍ରହଣ କରାଯିବ ।