ETV Bharat / sitara

ଫ୍ୟାନ୍ସଙ୍କୁ ସଠିକ୍ ମାସ୍କ ପିନ୍ଧିବା ଶୈଳୀ ଶିଖାଇଲେ ଧକ୍ ଧକ୍ ଗାର୍ଲ - କୋରୋନା ଭାଇରାସର ଦ୍ବିତୀୟ ଲହର

ଭାଇରାଲ ହେଲା ମାଧୁରୀଙ୍କ ନୂଆ ଭିଡିଓ । ଏଥର ଡାନ୍ସ ନୁହେଁ କୋରୋନାରୁ ସୁରକ୍ଷିତ ରହିବା ପାଇଁ କିପରି ମାସ୍କ ପିନ୍ଧିବ ତାହା ଜଣାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
author img

By

Published : Apr 22, 2021, 9:13 AM IST

ମୁମ୍ବାଇ: କୋରୋନା ଭାଇରାସର ଦ୍ବିତୀୟ ଲହର ଏବେ ଦେଶରେ ତାଣ୍ଡବ ସୃଷ୍ଟି କଲାଣି । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟି ମଧ୍ୟ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏମିତି ପରିସ୍ଥିତିରେ ବଲିଉଡ କଳାକାର ନିଜ ନିଜ ଫ୍ୟାନ୍ସଙ୍କୁ ସୁରକ୍ଷିତ ବାର୍ତ୍ତା ବାଣ୍ଟିବା ସହ ଅନୁରୋଧ କରୁଛନ୍ତି ଘରେ ରହିବାକୁ । ଇତିମଧ୍ୟରେ ଏହି କ୍ରମରେ ସାମିଲ ହୋଇଛନ୍ତି ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ । ସେ ଏବେ ଫ୍ୟାନ୍ସଙ୍କୁ ସଠିକ୍ ରୂପେ ମାସ୍କ ପିନ୍ଧିବା ଶୈଳୀ ଶିଖାଇଛନ୍ତି ।

ସେ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ରଥମ ଭୁଲ ରୂପେ ମାସ୍କ ପିନ୍ଧୁଥିବାର ନଜର ଆସୁଛନ୍ତି । ଆଉ ଏହା ଦ୍ବାରା ଜଣାଇଛନ୍ତି କେଉଁ କେଉଁ ଉପାୟରେ ଲୋକେ ଭୁଲରେ ମାସ୍କ ପିନ୍ଧୁଛନ୍ତି । ପରିଶେଷରେ ସେ ସଠିକ୍ ରୂପେ ମାସ୍କ ପିନ୍ଧି ସମସ୍ତଙ୍କୁ ଦେଖାଉଛନ୍ତି । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ନିକଟରେ ଇନଷ୍ଟାଗ୍ରାମରେ ସେ ‘ବାଜରେ ଦା ସିଟ୍ଟା’ ଗୀତର ଟ୍ରେଣ୍ଡରେ ସାମିଲ ହୋଇଥିଲେ । ଏକ ଭିଡିଓ ସେୟାର କରି ଏହି ଲୋକପ୍ରିୟ ଗୀତରେ ସେ ପରଫର୍ମ କରୁଥିବାର ନଜର ଆସିଥିଲେ । ଖାଲି ଏତିକି ନୁହେଁ ଲକଡାଉନରେ କିପରି ନିଜକୁ ଫିଟ୍ ରଖିପାରିବ ତାନେଇ ମଧ୍ୟ ଏକ ଭିଡିଓ ସେୟାର କରିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.