ETV Bharat / sitara

ଲକଡାଉନ: ଗରିବଙ୍କ ସ୍ଥିତି ଦେଖି ଭାବବିହ୍ବଳ ସୁନୀଲ - ଇମୋଶନାଲ ହେଲେ ସୁନୀଲ ସେଟ୍ଟୀ

ସୋସିଆଲ ମିଡିଆରେ ଭାଇରାଲ ହେଲା ସୁନୀଲ ସେଟ୍ଟୀଙ୍କ ଏକ ନୂଆ ଭିଡିଓ। ଲକଡାଉନ ସମୟରେ ଗରିବକୁ ସାହାଯ୍ୟ କରିବାକୁ ଲୋକଙ୍କୁ କଲେ ଅପିଲ।

suniel shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ!@ସୁନୀଲ ସେଟ୍ଟୀ
author img

By

Published : Mar 30, 2020, 12:45 PM IST

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପରେ ବିଶ୍ବରେ ଏଯାବତ 34 ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ଏଥିରେ 7 ଲକ୍ଷରୁ ଅଧିକ ଲୋକଙ୍କ ସଂକ୍ରମିତ। ଏହି ମହାମାରୀରୁ ବଞ୍ଚିବା ପାଇଁ ଭାରତକୁ 21 ଦିନ ଲକଡାଉନ କରାଯାଇଛି। ଏହି ଲକାଡାଉନ ସମୟରେ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ହେଲେ ଗରିବଙ୍କ ଖରାପ ପରିସ୍ଥିତି ଦେଖି ଭାବୁକ ହୋଇଛନ୍ତି ସୁନୀଲ ସେଟ୍ଟୀ । ଯାହା ତାଙ୍କ ସୋସିଆଲ ମିଡିଆ ଭିଡିଓରେ ବର୍ତ୍ତମାନ ଦେଖିବାକୁ ମିଳୁଛି।

ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଏପରି ଦିନର କେହି ମଧ୍ୟ କଳ୍ପନା କରିନଥିବେ । ଏହା ସମସ୍ତଙ୍କୁ ପ୍ରଭାବିତ କରିଛି । ଯେଉଁମାନେ 10 ଫିଟ୍ ରୁମରେ ରହୁଛନ୍ତି, ସେମାନଙ୍କ ପାଖରେ ସାନିଟାଇଜର ପହଞ୍ଚିନାହିଁ। ତାଙ୍କ ପାଇଁ ଆବଶ୍ୟକ ଜିନିଷ ଆଣିବା କଷ୍ଟଦାୟକ। ଆମ ସମସ୍ତେ ମିଶି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସାମ୍ନାକୁ ଆସିବାକୁ ପଡିବ। ଏପରି ଅପିଲ କରିଛନ୍ତି ଜନସାଧାରଣଙ୍କୁ।

ତାଙ୍କର ଏହି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ଥାଉକି ଏଯାବତ ବଲିଉଡର ଅନେକ କଳାକାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡ ଦାନ କରିସାରିଲେଣି । ଏହି କ୍ରମରେ ସାମିଲ ଅଛନ୍ତି ଅକ୍ଷୟ କୁମାର, ଗୁରୁ ରାନ୍ଧୱା, ଭୂଷଣ କୁମାର, ରାଜକୁମାର ରାଓ, ଶିଳ୍ପା ସେଟ୍ଟୀ, ମନୀଷ ପଲ ଓ ବରୁଣ ଧୱନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.