ମୁମ୍ବାଇ: ଲକଡାଉନର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ବଲିଉଡ ଅଭିନେତା ବିକି କୌଶଲ । ଏହି ଦିନରେ ବିକି କୌଶଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ବିକି କୌଶଲ ତାଙ୍କର ସଂପୂର୍ଣ୍ଣ ସମୟକୁ ଘରର କାର୍ଯ୍ୟ କରିବାରେ ବିତେଉଛନ୍ତି ବୋଲି କହିଥିଲେ ।

ଏହି ଭିଡିଓରେ ବିକି ଘରର ପଙ୍ଖା ସଫା କରୁଥୁବାର ନଜର ଆସିଛନ୍ତି । ବିକି ଏହି କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କରୁଥିବା ଦେଖାଯାଇଛି । ବିକି ବିନା କୈାଣସି ଚଉକିର ବ୍ୟବହାର କରି ତଳେ ଠିଆ ହୋଇ ଆରାମରେ ପଙ୍ଖା ସଫା କରୁଥିଲେ । ଏହାର କ୍ୟାପସନରେ ଲେଖିଛନ୍ତି "#କ୍ୱାରାଣ୍ଟାଇନ ଲାଇଫ" ।
ଅଭିନେତ୍ରୀ କ୍ରିତୀ ସାନନ ଏହି ଭିଡିଓ ଉପରେ ଏକ ମନ୍ତବ୍ୟ ଲେଖିଥିଲେ, "ଲମ୍ବା ହେବାର ଲାଭ !" ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଲେଖିଛନ୍ତି, ’‘ବହତ ଟଲ ହୋ ।" ଅଭିନେତା ଅର୍ଜୁନ କପୁର ଲେଖିଛନ୍ତି, ‘ପଙ୍ଖୋ କେ ସାଥ ତୁମ ବହତ ପରସନାଲ ହୋ’ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ