ମୁମ୍ବାଇ: ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଘରେ ଅଛନ୍ତି । ଏହି ସମୟରେ ଷ୍ଟାର ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲୁଡୋ ଖେଳୁଛନ୍ତି ।
ନିକଟରେ ଅଭିନେତ୍ରୀ ଅନୁଷ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଯେଉଁଥିରେ ଅନୁଷ୍କା ତାଙ୍କ ସ୍ୱାମୀ ବିରାଟ କୋହଲି ଏବଂ ପିତାମାତାଙ୍କ ସହ ମିଶି ଅନଲାଇନ ଲୁଡୋ ଖେଳୁଥିଲେ ।
ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଥିଲା ଯେ, ବିରାଟ ଏବଂ ଅନୁଷ୍କାଙ୍କ ପିତାମାତା ଖେଳରେ ସେମାନଙ୍କଠାରୁ ଆଗରେ ଅଛନ୍ତି । ଅନୁଷ୍କାଙ୍କର ସମସ୍ତ ଚାରି ଖଣ୍ଡ ଗୋଟି ଘର ଭିତରେ ଅଛି । ଏନେଇ ଅନୁଷ୍କା ଏକ ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ, ମୁଁ ଏହି ଖେଳରେ ହାରୁଛି , ମୁଁ ଘର ଭିତରେ ଅଛି, ଏହାସହ ମୁଁ ସାମାଜିକ ଦୂରତାକୁ ଅଭ୍ୟାସ କରୁଛି ।
କରୋନା ସହାୟତରେ ବିରୁଷ୍କା ମିଳିତ ଭାବରେ ପିଏମ କେୟାର ରିଲିଫ ପାଣ୍ଠିକୁ 3 କୋଟି ଟଙ୍କା ଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ