ETV Bharat / sitara

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଓଡିଶାର ୨ ଗିରଫ

ମୁମ୍ବାଇ ହାଇପ୍ରୋଫାଇଲ ଡ୍ରଗ୍ସ ମାମଲାରେ ଓଡିଶା ଲିଙ୍କ । ରେଭ୍ ପାର୍ଟିରେ ଜଣେ ଓଡିଆ ଯୁବକଙ୍କ ଲିଙ୍କ ଥିବା ନେଇ ସୂଚନା । ଅଧିକ ପଢନ୍ତୁ...

author img

By

Published : Oct 5, 2021, 1:36 PM IST

Updated : Oct 5, 2021, 8:11 PM IST

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଓଡିଶାର ୨ ଗିରଫ
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଓଡିଶାର ୨ ଗିରଫ

ମୁମ୍ବାଇ: ବଲିଉଡ ସୁପଷ୍ଟାର ଶାହରୁଖ ଖାନଙ୍କ ପୁଅ ଗିରଫ ହେବା ପରେ ଧିରେଧିରେ ଖୋଲୁଛି ମୁମ୍ବାଇ ଡ୍ରଗ୍ସ ପାର୍ଟିର ପେଡି । ଡ୍ରଗ୍ସ ମାମଲାର ହୋଇଛି ନୂଆ ଖୁଲାସା । ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଓଡିଆ ଯୁବକଙ୍କ ଲିଙ୍କ ଥିବା ସୂଚନା ମିଳିଛି ।

ମଙ୍ଗଳବାର ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ଏହାକୁ ମିଶାଇ ଗିରଫ ସଂଖ୍ୟା ୧୬ରେ ପହଁଞ୍ଚିଛି । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଅଛନ୍ତି । ଓଡ଼ିଶାର ମନୀଷ ରାଜଗରିଆ ଏବଂ ଅଭିନ ସାହୁ ଗିରଫ ହୋଇଛନ୍ତି । ମନୀଷଙ୍କ ଘର ରାଉରକେଲା ହୋଇଥିବାବେଳେ ଅଭିନଙ୍କ ଘର ରଘୁନାଥପାଲୀ ବୋଲି ଡଣାପଡିଛଇ । ୨ ଓଡ଼ିଆଙ୍କ ସହ ମଙ୍ଗଳବାର ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି ।

ସୂଚନା ଅନୁଯାୟୀ ମୁମ୍ବାଇରୁ ଗୋଆ ଯାଉଥିବା ରେଭ୍‌ ପାର୍ଟି ମାମଲାରେ ସୋମବାର ଦୁଇ ଜଣ ସନ୍ଦିଗ୍ଧଙ୍କୁ ଏନ୍‌ସିବି ଗିରଫ କରିଥିଲା। ତେବେ ଏହି ୨ ଜଣ ଓଡିଶା ରାଉରକେଲାର ବୋଲି ଖବର ସାମ୍ନାକୁ ଆସିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅଳ୍ପ ପରିମାଣର ଡ୍ରଗ୍ସ ମଧ୍ୟ ଜବତ ହୋଇଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2021, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.