ହାଇଦ୍ରାବାଦ: ଫିଲ୍ମ ନିର୍ମାତା ଫରାଜ ଆରିଫ ଅଂଶାରୀ ଖୁବଶୀଘ୍ର ସମଲିଙ୍ଗୀ ବା ଲେସବିଆନଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ । ଫିଲ୍ମର ନାମ ରଖାଯାଇଛି ‘ଶିର ଖୁରମା’ । ଫିଲ୍ମରେ ସ୍ବରା ଭାଷ୍କର ଓ ଦିୟା ଦତ୍ତାଙ୍କୁ ସମଲିଙ୍ଗୀ ଭୂମିକାରେ ଦେଖିବାକୁ ମିଳିବ ।
ଏନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ନିର୍ମାତା । ପୂର୍ବରୁ ଫରାଜ ‘ସିସକ’ ନାମକ ଏକ ସାଇଲେଣ୍ଟ ଫିଲ୍ମ ନିର୍ମାଣ କରିଥିଲେ । ଏଥିପାଇଁ ତାଙ୍କୁ ଅନେକ ସାବାସୀ ମଧ୍ୟ ମିଳିଥିଲା । ସେ ପ୍ରାୟ 200 ଫିଲ୍ମ ଫେଷ୍ଟିଭାଲକୁ ଯାଇଛନ୍ତି । କିନ୍ତୁ ସମଲିଙ୍ଗୀଙ୍କ ଉପରେ କାହାଣୀକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏତେ ପ୍ରୋତ୍ସାହନ ମିଳିପାରିନାହିଁ ।
ଫିଲ୍ମ ବିଷୟରେ ଅଧିକ ସୂଚନା ମିଳିପାରିନାହିଁ । ତେବେ ସ୍ବରା ଶେଷ ଥର ଫିଲ୍ମ ‘ଭିରେ ଦି ୱେଣ୍ଡିଂ’ରେ ଦେଖିବାକୁ ମିଳିଥିବା ବେଳେ ଦିୟା ଶେଷଥର ଫିଲ୍ମ ‘ବଦଲାପୁର’ରେ ନଜର ଆସିଥିଲେ ।