ହାଇଦ୍ରାବାଦ: ନିଜ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଓ ସୁନ୍ଦରତା ପାଇଁ ଦେଶରେ ବେଶ ପପୁଲାର ଦୀପିକା ପାଦୁକୋନ । କେବଳ ବଲିଉଡ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦୀପିକାଙ୍କ ଜଲୱା ଦେଖିବାକୁ ମିଳେ । ନିକଟରେ ସେ ମେଟ ଗାଲାରେ ସାମିଲ ହୋଇଥିଲେ ଓ ନିଜ ଲୁକରେ ଦର୍ଶକଙ୍କୁ ବିମୋହିତ କରିଥିଲେ ।
ତେବେ ଏହି ମେଟ ଗାଲା ଲୁକ ସମଲିଙ୍ଗୀମାନଙ୍କୁ ବେଶ ଆକର୍ଷିତ କରିଛି । ନିକଟରେ ଗୁଜୁରାଟ ବଡୋଦରାରେ ସମଲିଙ୍ଗୀଙ୍କ ଏକ ସମ୍ପ୍ରଦାୟ ଦ୍ବାରା ପରେଡ ଅନୁଷ୍ଠିତ କରାଯାଇଥିଲା । ଏହି ପରେଡରେ କିଛି ସମଲିଙ୍ଗୀ, ଦୀପିକାଙ୍କ ମେଟ ଗାଲା ଲୁକରେ ନଜର ଆସିଥିଲେ ।
ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଦୀପିକା ନିଜ ଖୁସି ବ୍ୟକ୍ତ କରିଥିଲେ । ପ୍ରକାଶ ଥାଉ କି, ନିକଟରେ ଦୀପିକାଙ୍କୁ ‘ମିଲେନିୟାଲ ଅଫ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦୀପିକାଙ୍କ ବୋଲ୍ଡନେସ ଓ ସାହାସିକତା ପାଇଁ ଏହି ଆୱାର୍ଡ ଦିଆଯାଇଛି । ଦୀପିକା ଆଗକୁ ଫିଲ୍ମ ‘ଛପାକ’ରେ ନଜର ଆସିବେ ।